ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାଶ ଙ୍କୁ କରୋନା। କରୋନାରେ ଆକ୍ରାନ୍ତ ହେଲେ ମନ୍ତ୍ରୀ ନବ ଦାଶ। ତେବେ ମନ୍ତ୍ରୀଙ୍କୁ ଲକ୍ଷଣବିହୀନ ପଜିଟିଭ ହୋଇଛନ୍ତି।ତେବେ ମନ୍ତ୍ରୀ ତାହା ଯୋଗାଯୋଗରେ ଆସିଥିବା ବ୍ୟକ୍ତିମାନଙ୍କୁ କୋଭିଡ ପରୀକ୍ଷା କରାଇବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ମନ୍ତ୍ରୀ ନିଜକୁ ତାଙ୍କ ଘରେ ଆଇସୋଲେସନରେ ରଖିଛନ୍ତି। ଏବେ ହୋମ ଆଇସୋଲେସନରେ ଅଛନ୍ତି ମନ୍ତ୍ରୀ ନବ ଦାଶ। ତେବେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ବୋଲି ସେ ସୂଚନା ଦେଇଛନ୍ତି।ସୂଚନାକ୍ରମେ ରାଜ୍ୟରେ ବର୍ତ୍ତମାନ କରୋନର ସ୍ଥିତି ଅଣଆୟତ ହୋଇ ପଡିଛି। ହୁଁ ହୁଁ ହୋଇ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ୨୦୦୦ ପାର କରିଛି ସଂକ୍ରମଣ।