ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:ଭୁବନେଶ୍ବର: ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଓଡିଶାବାସୀଙ୍କୁ ସ୍ମାର୍ଟକାର୍ଡ ଭେଟି ଦେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ କହିବା ଅନୁସାରେ ପ୍ରତିଟି ଜୀବନ ମୂଲ୍ୟବାନ ତେଣୁ ଯେପରି କୌଣସି ଲୋକ ଏହାକୁ ନେଇ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସାରା ଜିଲ୍ଲାରେ ସ୍ମାର୍ଟକାର୍ଡ ବାଣ୍ଟିଛନ୍ତି ରାଜ୍ୟସରକାର। ତେବେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ , ରାଜ୍ୟ ସରକାର ଆଗକୁ ଆସୁଥିବା ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ପ୍ରହସନ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।ଏହାକୁ ନେଇ ସେ ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ରାଜ୍ୟ ସରକାରଙ୍କ ସ୍ମାର୍ଟ କାର୍ଡ ବଣ୍ଟନ ପ୍ରସଙ୍ଗରେ ସାତଟି ପ୍ରଶ୍ନ ସହ ରାଜ୍ୟ ସରକାରଙ୍କୁ ସ୍ପଷ୍ଟିକରଣ ମାଗିଛନ୍ତି। ତେବେ ଏହି ସାତଟି ପ୍ରଶ୍ନ ନିମ୍ନରେ ଉଲ୍ଲେଖ କରାଯାଇଛି।