ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ସମସ୍ତଙ୍କ ନାକରେ ଦମ କରି ରଖିଛି। ସେପଟେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟମଧ୍ୟ ବଢ଼ୁଛି।ତେବେ ଲୋକମାନେ ଏହା ପ୍ରତି ଧ୍ୟାନ ନଦେଇ ସଚେତନ ହେବାରେ ଅବହେଳା କରୁଛନ୍ତି।ତେବେ ଏହି ଓମିକ୍ରନ ଭାରିଆଣ୍ଟ ବର୍ତ୍ତମାନ ରାଜ୍ୟରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ କଢ଼ାକଢ଼ା ହୋଇଛି ନିୟମ। ଆସନ୍ତା ୧୦ରୁ ରାଜ୍ୟରେ ସମସ୍ତ କଲେଜ ଆଉ ବିଶ୍ବବିଦ୍ୟାଳୟ କୁ ବନ୍ଦ ନେଇ ଆଦେଶ ଦିଆଯାଇଛି। ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଇଛି। ଏହା ଛଡା ପିଏଚଡି ଏବ ରିସର୍ଚ୍ଚ ଛାତ୍ର ଛାତ୍ରୀ ମାନେ ହଷ୍ଟେଲ ରେ ସମସ୍ତ ଗାଇଡ ଲାଇନ ପାଳନ କରି ରହିବାକୁ କୁହାଯାଇଛି। ତେବେ ସ୍କୁଲ,କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ ଦିଆଯିବ ବୋଲି ଏସଓପିରେ ପରାମର୍ଶ ଦିଆଯାଇଛି।
ସେପଟେ ଆଜି ଠାରୁ ରାଜ୍ୟରେ ଜାରି ହେବ ନାଇଟ କର୍ଫ୍ୟୁ। ଆଜି ରାତି ୯ଟାରୁ ରାତି କର୍ଫ୍ୟୁ ଜାରି ହେବ। ତେବେ ଏଥିପାଇଁ ୨୫ ପ୍ଲାଟୁନର ପୋଲିସ ମୁତୟନ ହେବା ସହ ୧୦୦ ଅଫିସର ରହିବେ । ଏହା ସହ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ଯେ ଯଦି ଲୋକ ମାନେ ନିୟମକୁ କଢ଼ାକଢ଼ି ଭାବେ ପାଳନ ନ କରନ୍ତି ତେବେ ତାଙ୍କ ପାଇଁ କଢ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।