ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଦୀପିକା ପାଦୁକୋନ ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ଜାନୁଆରୀ ୫, ୧୯୮୬ ରେ ଜନ୍ମ ହୋଇଥିବା ଦୀପିକା ଆଜି ୩୬ ବର୍ଷରେ ପାଦ ଥାପିଛନ୍ତି। ଦୀପିକା ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ, ଯିଏ କେବଳ ତାଙ୍କ ଅଭିନୟର ଜାଦୁରେ କୋଟିକୋଟିଲୋକଙ୍କ ହୃଦୟରେ ରାଜ କରୁଛନ୍ତି। ଲୋକମାନେ ଦୀପିକା ଏବଂ ରଣଭୀର ସିଂଙ୍କ ପ୍ରେମ କାହାଣୀ ଶୁଣିବାକୁ ଭଲ ପାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦୀପିକା ଏବଂ ରଣଭୀର ସିଂଙ୍କ ବିବାହର ୪ ବର୍ଷ ପୂର୍ବରୁ ହିଁ ଏକ ବନ୍ଧନରେ ଆବଦ୍ଧ ହୋଇଥିଲେ, ଯାହାକି କେବଳ କିଛି ନିକଟତର ଲୋକଙ୍କୁ ଜଣାଯାଇଥିଲା।
ଦୀପିକା ପାଦୁକୋନ ୨୦୧୨ ରେ ସଞ୍ଜୟ ଲୀଲା ଭନସାଲୀଙ୍କ ‘ଗୋଲିୟୋନ୍ କି ରାସଲେଲା ରାମ-ଲୀଲା’ର ନିର୍ମାଣ ସମୟରେ ରଣଭୀର ସିଂଙ୍କ ପ୍ରେମରେ ପଡିଥିଲେ। ୬ ବର୍ଷ ଧରି ଏକ ଦୀର୍ଘ ସମ୍ପର୍କରେ ରହିବା ପରେ, ଉଭୟେ ୨୦୧୮ରେ ପରସ୍ପରକୁ ବିବାହ କରିଥିଲେ। କିନ୍ତୁ ଏହାଖୁବ କମ ଲୋକଙ୍କୁ ଜଣା ଯେ ସେ ତାଙ୍କ ବିବାହର ୪ ବର୍ଷ ପୂର୍ବରୁ ନିର୍ବଦ୍ଧ କରିନେଇଥିଲେ।
ଏକ ସାକ୍ଷାତକାରରେ ଦୀପିକା ଏହାକୁ ପ୍ରକାଶ କରିଛନ୍ତି। ଏହାସହ ଦୀପିକା କହିଛନ୍ତି ଦୀର୍ଘ ୬ବର୍ଷର ବନ୍ଧନରେ ଆମେ ଅନେକ ଉତ୍ଥାନ-ପତନ ଦେଖିଛୁ , ଏହାସହ ଆମ ଭିତରେ ଅନେକ ଥର ଝଗଡା ବି ଲାଗିଛି କିନ୍ତୁ କେବେ ଏହା ବିରାଟ ଝଗଡା ହୋଇ ଉଭା ହୋଇ ନାହିଁ। ଆମେ ସର୍ବଦା ପରସ୍ପରକୁ ବୁଝିଛୁ। କେବେ ଆମେ ବନ୍ଧନକୁ ଭାଙ୍ଗିବା ପର୍ଯ୍ୟନ୍ତ ଯାଇନୁ। ସର୍ବଦା ଦୁଇ ଜଣ ଦୁଇଜଣକ ପାଇଁ ସବୁବେଳେ ଛିଡା ହୋଇଛୁ।ତେବେ ଦୀପିକାଙ୍କ ଆଜି ଜନ୍ମଦିନ ଅବସରରେ ତାଙ୍କୁ ବଲିଉଡ ଜଗତର ଅନେକ ଅଭିନେତା ମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।