ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଜି ବସିବ ଚଳିତ ବର୍ଷ ରାଜ୍ୟର ପ୍ରଥମ କ୍ୟାବିନେଟ ବୈଠକ । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ ବସିବାକୁ ଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ପୂର୍ବାହ୍ନ ୧୧ଟା ୪୫ ରେ ଭର୍ଚୁଆଲ ମୋଡରେ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। ସୂଚନା ଅନୁସାରେ ଚଳିତ ସପ୍ତାହ ପରେ ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ଥିବାରୁ ଆଜିର କ୍ୟାବିନେଟ ବୈଠକକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କୃଷି, ଜଳସଂପଦ, ପଂଚାୟତିରାଜ, ନଗର ଉନ୍ନୟନ ଓ ପୂର୍ତ୍ତ ଆଦି ବିଭାଗର ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ଦୁଇଟି ବିଭାଗର ସରକାରୀ କର୍ମଚାରୀଙ୍କ କ୍ୟାଡର ସଂଶୋଧନ ନେଇ ମଧ୍ୟ ବୈଠକରେ ପ୍ରସ୍ତାବ ଆସିପାରେ। ତେବେ ଖୁବ କମ ଦିନ ବ୍ୟବଧ୍ୟାନରେ କ୍ୟାବିନେଟ ବୈଠକ ବସୁଥିବାରୁ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି।