ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବ୍ରେଲ୍ ଲିପି ହେଉଛି ଏକ ମାତ୍ର ମାଧ୍ୟମ ଯାହା ଦୃଷ୍ଟିହୀନ ଙ୍କ ଜୀବନରେ ଆଲୋକ ଆଣିଦେଇଛି । ତାଙ୍କୁ ଏହି ସମାଜ ସହ ତାଳ ଦେଇ ଚାଲିବା ଶିଖାଉଛି। ଦୃଷ୍ଟିହୀନତାକୁ ପଛରେ ପକାଇ ଏହି ବ୍ରେଲ ଲିପି ସାହାର୍ଯ୍ୟରେ ହଜାର ହଜାର ଛାତ୍ରଛାତ୍ରୀ ଆଜି ଭାରତୀୟ ପ୍ରଶାସନିକ ସେବା, ବୈଦେଶିକ ସେବା ଆଦି ବିଭିନ୍ନ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ନିଜକୁ ସମାଜରେ ପ୍ରତିଷ୍ଠିତ କରିବା ସହ ନିଜ ଗୋଡରେ ନିଜେ ସ୍ବାଭଲମ୍ବୀ ହୋଇ ପାରୁଛନ୍ତି। ବ୍ରେଲ୍ ଲିପି ବଳରେ ସେମାନଙ୍କର ଶିକ୍ଷା ଗ୍ରହଣ ହେବା ସଙ୍ଗେ ସଙ୍ଗେ ବ୍ୟକ୍ତିତ୍ୱ ଗଠନ ହୋଇପାରିଛି। ଏସବୁ କେବଳ ମହାତ୍ମା ଲୁଇ ବ୍ରେଲଙ୍କ ପାଇଁ ସମ୍ଭବ ହୋଇପାରିଛି। ଦୃଷ୍ଟିହୀନ ସମାଜର ଜଣେ ଆଦ୍ୟ ପଥପ୍ରଦର୍ଶକ ଭାବେ ତାଙ୍କର ଅବଦାନ ଅନନ୍ୟ।
ବିଶ୍ୱ ବ୍ରେଲ ଦିବସ ପାଳନ ଅବସରରେ ଉତ୍କଳ ଦୃଷ୍ଟିହୀନ ସଂଘ ଭୁବନେଶ୍ଵର ର ସଦସ୍ୟମାନେ ଯୋଗଦେଇ ବ୍ରେଲ ଲିପି ଦ୍ବାରା କିପରି ଉପକୃତ ହେଉଛନ୍ତି ଏବଂ ଏହି ବ୍ରେଲ ଲିପି କିପରି ତାଙ୍କ ଦୃଷ୍ଟିହୀନ ଜୀବନରେ ଆଲୋକ ଭରି ଦେଇଛି ତାହା ପ୍ରକାଶ କରିଛନ୍ତି।(ରିର୍ପୋଟ:ଆଶିଷ କୁମାର ରାଉତ)