ସନଷ୍ଟାର ଟିଭି ବ୍ୟୁରୋ
ବାଲିଆପାଳ: ଗତ ବର୍ଷ(୨୦୨୧) ଡିସେମ୍ୱର ମାସ ୨୦ ତାରିଖରେ ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମ୍ମୁକୁଣ୍ଡା ପଞ୍ଚାୟତର ଲକପାଳ ଗ୍ରାମର କମଳାକାନ୍ତ ଦଳାଇଙ୍କ ଗୋଡ ସଂକ୍ରମିତ ହୋଇ ଗୋଡ଼ ଖରାପ ହୋଇଥିଲା କିନ୍ତୁ ଅର୍ଥ ଅଭାବରୁ ସେ ନିଜର ଚିକିତ୍ସା କରିପାରୁ ନଥିଲେ,ଏହା ଦେଖି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ହେଲ୍ପ ଫର୍ ୟୁ ଫାଉଣ୍ଡେସନ ଙ୍କ ପ୍ରତ୍ୟେକ ମେମ୍ବରଙ୍କ ଅନୁଦାନ କ୍ରମେ ” ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏବଂ ତାପରେ ଅଧିକ ସଂକ୍ରମଣ ହେବାରୁ କମଳାକାନ୍ତଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ରୋଗଟି ଜଟିଳ ଥିବାରୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ଏହାପରେ ହେଲ୍ପ ଫର୍ ୟୁ ଫାଉଣ୍ଡେସନ ବାଲେଶ୍ଵର ଜିଲ୍ଲାରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ବାଘାଯତୀନ ସ୍ୱେଚ୍ଛାସେବୀ ସଂଗଠନ” ଙ୍କ ସହ ଯୋଗାଯୋଗ କରି ତାଙ୍କୁ ଆଣି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଏହାପରେ ବାଘାଯତୀନ ସଂଗଠନର ସକ୍ରିୟ ସଦସ୍ୟ “ରାଧାକୃଷ୍ଣ ଦେ”, “ଈଶ୍ୱର ପତି” ଓ ସବିତା ରାଣୀ ଦାସ ସେଇ ବ୍ୟକ୍ତିଙ୍କର ଚିକିତ୍ସା ଦାୟିତ୍ଵ ନେଇଥିବା ବେଳେ ପ୍ରତ୍ୟେକ ଦିନ ହସ୍ପିଟାଲ୍ କୁ ଯାଇ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସଙ୍ଗେ ସଙ୍ଗେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉଥିଲେ। ଏହା ସହ ସେ କେମିତି ଯଥା ଶୀଘ୍ର ଭଲ ହୋଇ ଘରକୁ ଫେରିବେ ସେ ପାଇଁ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ।
ତେଣୁ ସେ ଆସନ୍ତାକାଲି ବାଘା ଯତିନ ସଙ୍ଗଠନ ଓ ହେଲ୍ପ ଫର୍ ୟୁ ଫାଉଣ୍ଡେସନ ସଦସ୍ୟ ମାନଙ୍କ ପ୍ରାର୍ଥନା ଫଳରେ ସେ ସମ୍ପୂର୍ଣ ସୁସ୍ଥ ହୋଇଛନ୍ତି । ତେବେ ବାଘାଯତୀନ ସଙ୍ଗଠନ ସହାୟତା ରେ କମଳାକାନ୍ତ ବାଲେଶ୍ଵର ହସ୍ପିଟାଲ୍ ରୁ ଘରକୁ ଫେରିଛନ୍ତି। ତେବେ ଡିସଚାର୍ଚ୍ଚ ହେବା ଖବର ପାଇଁ ହେଲ୍ପ ଫର୍ ୟୁ ଫାଉଣ୍ଡେସନ ର ସଂଗଠନର ସକ୍ରିୟ ସଦସ୍ୟ ଲମ୍ବୋଦର ମାହାନା, ଚନ୍ଦନ ଜେନା, ଆଶିସ୍ , ଲକପାଳ ସ୍ଥିତ ବାସଭବନରେ ପହଞ୍ଚି ସ୍ବାସ୍ଥ୍ୟ କଥା ବୁଝି ପଚାରିଛନ୍ତି। ଏହାସହ ଆଜିର ଏହି ମିଶନ୍ ଟି ସଫଳ ହୋଇ ପାରିବାରେ ଦଳର ସଭାପତି ଏବଂ ସଂଗଠନ ତରଫରୁ ଆନ୍ତରିକତାର ସହ ସାଧୁବାଦ ଜଣାଇଛନ୍ତି ।(ରିର୍ପୋଟ:ଚନ୍ଦନ ଜେନା)