ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ କରୁଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସ୍ଵାଭାବିକଠାରୁ ତଳକୁ ଖସୁଛି । ଫଳରେ ଶୀତ ଅନୁଭୂତ ହେବାରେ ଲାଗିଛି । ପାଣିପାଗ ବିଭାଗ ପୂର୍ବାନୁମାନ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଏହି ଦୁଇଦିନ ପ୍ରବଳ ଶୀତ ଅନୁଭୂତ ହେବା ସମ୍ଭାବନା ରହିଛି । ମୁଖ୍ୟତଃ ଭାବେ ଝାରସୁଗୁଡା , ବରଗଡ , ସୁନ୍ଦରଗଡ ଏବଂ ବଲାଙ୍ଗୀର ଜିଲ୍ଲାରେ ଶୀତର ଲହରୀ ଲାଗି ରହିବ । ଉପରୋକ୍ତ ଜିଲ୍ଲାଗୁଡିକୁ ଶୀତ ଲହରୀ ପାଇଁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ଏହାସହ ଆଜି ଅନୁଗୋଳ , ଭବାନୀପାଟଣା , କୋରାପୁଟ ଫୁଲବାଣୀ , ଟିଟିଲାଗଡ଼ ଏବଂ ପାରଳାଖେମୁଣ୍ଡି ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ରେର୍କଡ କରାଯାଇଛି। ଏହାସହ କେନ୍ଦୁଝରରେ ,ଝାରସୁଗୁଡାରେ, ଭୁବନେଶ୍ଵରରେ ଏବଂ କଟକରେ ମଧ୍ୟ ତାପମାତ୍ରା କମ ରେକର୍ଡ କରାଯାଇଛି । ତେବେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।