ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ପୌର ଓ ପଞ୍ଚାୟତ ନିର୍ବାଚନ ସହ ଓବିସି ପ୍ରସଙ୍ଗ କୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଆଜି ପୌର ନିର୍ବାଚନ ପାଇଁ ଆଉ ଥରେ ସଂରକ୍ଷଣ ପ୍ରକ୍ରିୟା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।୧୦୭ଟି ପୌର ସଂସ୍ଥା ଓ ତିନି ମହାନଗର ନିଗମରେ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛି ନଗର ଉନ୍ନୟନ ବିଭାଗ। ୧୦୭ଟି ପୌର ସଂସ୍ଥାରେ ଆଜି ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିବା ପାଇଁ କୁହାଯାଇଛି। ଏଥିପାଇଁ ୧୨ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ କରିପାରିବେ। ୨୮ ତାରିଖରେ ଏନେଇ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ସେହିପରି ତିନୋଟି ମହାନଗର ଯଥା କଟକ,ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ୫ ତାରିଖରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିବା ପାଇଁ କୁହାଯାଇଛି।
ଏହାପରେ ଜୋର୍ ଧରିଛି ରାଜନୀତିକ ବୟାନ ବାଜି। ବିଜେପିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ରାଜ୍ୟ ସରକାରଙ୍କୁ ଓବିସି ମାନଙ୍କୁ ହକରୁ ବଞ୍ଚିତ କରିବା ସହ ସୁପ୍ରିମକୋର୍ଟ ର ଆଳ ଦେଖାଇ ନିର୍ବାଚନ ବୈତରଣୀ ପାର କରାଇବାକୁ ପ୍ରାୟାସ କରିବା ସହ ରାଜ୍ୟ ବାସିକୁ ଭୂଆଁ ବୁଲାଉଛନ୍ତି ବୋଲି କହିଥିବା ବେଳେ । ଅନ୍ୟ ପଟେ କଂଗ୍ରେସ୍ ମଧ୍ୟ ସମାନ ଅଭିଯୋଗ କରିବା ସହ ଆଗାମୀ ନିର୍ବାଚନ ରେ ରାଜ୍ୟବାସୀ ଏହାର ଜବାବ ଦେବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରକାଶ କରିଛନ୍ତି । ଏଥିରେ ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିଜେପି କଂଗ୍ରେସ ମେଣ୍ଟ ବାନ୍ଧି ନିର୍ବାଚନ ଲଢ଼ନ୍ତି,ବିଜେଡି ପୌର ହେଉକି ସହରାଞ୍ଚାଳ ନିର୍ବାଚନ ସବୁ ପାଇଁ ପ୍ରସ୍ତୁତ ଅଛି।(ରିର୍ପୋଟ:ଆଶିଷ କୁମାର ରାଉତ)