ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ରାଜ୍ୟରେ ବଢ଼ୁଛି ଶୀତର ଲହରୀ। ଦାରିଙ୍ଗବାଡିରେ ରାତି ତାପମାତ୍ରା ହ୍ରାସ ପାଉଛି । ଦୁଇଦିନ ହେଲା ଏଠାରେ ସର୍ବନିମ୍ନ ତାପମାତ୍ରା କମୁଛି । ଫଳସ୍ୱରୂପ ଅଞ୍ଚଳରେ ସ୍ଵାଭାବିକ ଶୀତ ଅନୁଭୂତ ହେଉଛି । ଆଜି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ । ୩ ତାରିଖରୁ ଶୀତ ଲହରୀ ଅନୁଭୂତ ହୋଇପାରେ । ଏହାକୁ ନେଇ ପାଣିପାଗ ବିଭାଗ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି । ତେବେ ଭବାନୀପାଟଣା , କୋରାପୁଟ ଏବଂ ଫୁଲବାଣୀରେ ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ଭୁବନେଶ୍ଵରରେ ହାଲୁକା କୁହୁଡି ପଡିଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ କୁହୁଡି ଦୃଶ୍ୟମାନ ହେବା ସମ୍ଭାବନା ରହିଛି ।