ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଶୁକ୍ରବାର ଦିନ ୧୨.୩୦ ସମୟରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ତେବେ ଆଜିର ବୈଠକରେ ୧୦ଟି ପ୍ରସ୍ତାବରେ ମୋହର ଲାଗିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଓ ସରକାରୀ କର୍ମଚାରୀଙ୍କୁ କିଛି ନୂଆ ବର୍ଷ ଭେଟି ଦେବାର ସମ୍ଭାବନା ରହିଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ୧ ଜାନୁଆରୀ ୨୦୨୨ରୁ ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କୁ ସପ୍ତମ ବେତନ ଦିଆଯିବ । ଯାହାକି ଜାନୁଆରୀ ୨୦୧୮ରୁ ତାହା ଲାଗୁ ହେବ । ଗତ କ୍ୟାବିନଟେ ବୈଠକରେ ଏହି ପ୍ରସ୍ତାବରେ ମୋହର ଲାଗିବାର ଥିଲା । ହେଲେ କେତେକ କାରଣରୁ ତାହା ସ୍ଥଗିତ ରହିଲା । ଆଜି ଏଥିରେ ମୋହର ବାଜିବ ବୋଲି କୁହାଯାଉଛି । ଆଜି କ୍ୟାବିନେଟ୍ ସହ ରାଜସ୍ଵ , ଉଚ୍ଚଶିକ୍ଷା , ଆଇନ , କୃଷି , ପଞ୍ଚାୟତିରାଜ ଓ ସାଧାରଣ ପ୍ରଶାସନ ଭଳି କିଛି ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ବୋଲି କୁହାଯାଉଛି ।