ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ସାରା ବିଶ୍ବ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସହ ପୁରୁଣା ବର୍ଷକୁ ବିଦାୟ ଦେଉଛି। ଏହି ବର୍ଷ ଉଭୟ ସୁଖ ଏବଂ ଦୁଃଖ ଭରା ହୋଇଥିବା ବେଳେ ସମସ୍ତେ ଆସନ୍ତା ବର୍ଷକୁ ନେଇ ବହୁତ ଆଶବାଦୀ ଏବଂ ଆକାଙ୍କ୍ଷା ପୁର୍ଣ୍ଣ ହୋଇ ରହିଛନ୍ତି। ଲୋକମାନେ ନୂତନ ବର୍ଷ ଅବସରରେ ନିଜ ବନ୍ଧୁ ଏବଂ ପରିବାରବର୍ଗଙ୍କ ସହ ଏକତ୍ରିତ ହୋଇ ଉପହାର, ବହୁ ଭୋଜି, ପାର୍ଟୀ ଏବଂ ଅନ୍ୟାନ୍ୟ ସହିତ ଆନନ୍ଦ ଉଲ୍ଲାସର ଉତ୍ସବ ପାଳନ କରିଥାଆନ୍ତି। ସମଗ୍ର ବିଶ୍ୱରେ ନୂତନ ବର୍ଷ ବହୁ ଉତ୍ସାହର ସହିତ ପାଳନ କରାଯାଏ। ମୁଖ୍ୟତଃ ଏହା ଏକ ନୂତନ ବର୍ଷର ଆରମ୍ଭ। ଏହା ଖୁସିର ଆରମ୍ଭ, ନବୀକରଣ ଶକ୍ତି ଏବଂ ଏକ ଉତ୍ତମ ବର୍ଷ ପାଇଁ ଆଶା କରେ । ତେବେ କୋଭିଡ -୧୯ ହେତୁ ବିଗତ ଦୁଇ ବର୍ଷ (2020 ଏବଂ 2021) ସାରା ବିଶ୍ବ ପାଇଁ ଏକ ଚ୍ୟାଲେଞ୍ଜ ହୋଇଆସୁଛି । ତେଣୁ, ଆସନ୍ତା ୨୦୨୨ ସମସ୍ତଙ୍କ ପାଇଁ ଏକ ମହାନ ବର୍ଷ ହେବାର ଆଶା ସମସ୍ତେ ଏହା ପାଇଁ ମନରେ ବହୁତ ଆଶା ଗଢ଼ିଛନ୍ତି। ବର୍ଷ ଆମମ୍ଭରେ କରୋନା ଥିବା ବେଳେ ବର୍ତ୍ତମାନ ବର୍ଷର ଶେଷ ସମୟରେ କରୋନାର ଆଉ ଏକ ନୂତନ ଷ୍ଟ୍ରେନ ଓମିକ୍ରନ ସାରା ବିଶ୍ବକୁ ଘେରି ରହିଛି।
ଆଶା ହିଁ ଏକ ମାତ୍ର ଉପାୟ ଯାହା ଆଗକୁ ବଢ଼ିବା ପାଇଁ ସୁଯୋଗ ଦିଏ। ନିଜ ପାଇଁ ଲକ୍ଷ୍ୟ ସ୍ଥିର କରିବା ଏହା ହେଉଛି ସର୍ବୋତ୍ତମ ସମୟ। ସଂକଳ୍ପବଦ୍ଧ ହୋଇ ଏହି ନୂଆବର୍ଷକୁ ସ୍ବାଗତ କରିବାକୁ ହେବ। ଯେପରି ବର୍ଷର ଆରମ୍ଭରେ କରୋନାର ଛିଟା ସାରା ବିଶ୍ବକୁ ଘେରି ରହିଥିଲା ବର୍ତ୍ତମାନ ମଧ୍ୟ ସେହି ପରି ପରିସ୍ଥିତି କାୟମ ରହିଛି। ତେବେ ନୂଆବର୍ଷର ଭିଡ ମଜୋଲିସରେ ଯଦି ଆମେ କଟକଣାକୁ ଭୁଲି ଯିବା ତେବେ ଏହାର କୁଫଳ ମଧ୍ୟ ଆମକୁ ଭୋଗିବାକୁ ପଡିବ। ତେଣୁ ଏହି ବର୍ଷର ମଜା କଟକଣାରେ ମଧ୍ୟରେ ପାଳନ କରିବାକୁ ହେବ। ସମାବେଶ, ଭିଡରୁ ନିଜକୁ ଦୂରେଇ ରଖିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ହେବ। ଆମେ କରୋନାକୁ ନେଇ ଆଗକୁ ବଢ଼ିବାକୁ ହେବ।