ସନଷ୍ଟାର ଟିଭି ବ୍ୟୁରୋ
ପୁରୀ :ପୁରୀ ଜିଲ୍ଲା କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଦେବେନ ଦେବ ଲୋଭାନ୍ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳ ଛାଡ଼ି ଆମ୍ ଆଦମୀ ପାର୍ଟି ରେ ଯୋଗଦାନ କରିଛନ୍ତି। ତତ୍ସହ ସତ୍ୟବାଦୀ ବ୍ଲକ୍ ର ଲଢ଼ୁଆ ଯୁବ ନେତା ଶ୍ରୀଯୁକ୍ତ ଦେବାଶିଷ ମିଶ୍ର ଯୋଗଦାନ କରିଛନ୍ତି। ବ୍ରହ୍ମଗିରି ବ୍ଲକ୍ ର ସାମାଜ ସେବି ରୁପେ କାମ କରୁଥିବା ପୂର୍ବତନ ସେନାଧିକାରୀ ଶ୍ରୀଯୁକ୍ତ ପବିତ୍ର ମୋହନ ଦଳାଇ ଆମ୍ ଆଦମୀ ପାର୍ଟି ର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଉତ୍ତରୀୟ ଓ ଟୋପି ପିନ୍ଧି ସଦସ୍ୟତା ଗ୍ରହଣ କରିଥିଲେ। ଆଗାମୀ ଦିନରେ ଆପ୍ର ସଙ୍ଘଗଠନକୁ ମଜଭୁତ କରିବା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀ ଓ ବ୍ରହ୍ମଗିରି ବ୍ଲକ୍ ରେ ଉପଯୁକ୍ତ ପାର୍ଥି ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ମିଶ୍ରଣ ପର୍ବରେ ପୁରୀ ଜିଲ୍ଲା ସଭାପତି ସଂଜୀବ କୁମାର ମହାନ୍ତି, ମିଡିଆ ସଂଯୋଜକ ସମୀର ସାମନ୍ତରାୟ, ଅଭିଷେକ ପାଣିଗ୍ରାହୀ , ବଶିଷ୍ଠ ରଥ, ବିରଜା ପ୍ରସାଦ ନାଥ, ପ୍ରକାଶ ପ୍ରଧାନ, ଅନିଲ ସେନାପତି, ସତ୍ୟଜିତ ମହାନ୍ତି, ରବି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।(ରିର୍ପୋଟ:ଶଙ୍କର ସରକାର)