ସନଷ୍ଟାର ଟିଭି ବ୍ୟୁରୋ
ପୁରୀ:ଖାଦ୍ୟ ସୁରକ୍ଷା ସଂପର୍କିତ ଜିଲ୍ଲା ସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଗୁଡିକର ନମୁନା ସଂଗ୍ରହ, ପରୀକ୍ଷଣ ଓ ବିଭିନ୍ନ ହୋଟେଲ, ରେସ୍ତରାଁ ଏବଂ ରାସ୍ତାପାର୍ଶ୍ବ ଖାଦ୍ୟ ଦୋକାନରୁ ଖାଦ୍ୟ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକତା କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି । ଏଥିସହ ସଂପୃକ୍ତ ସଂସ୍ଥା ଗୁଡିକୁ ଖାଦ୍ୟ ପଞ୍ଜୀକରଣ କରିବା ନିମନ୍ତେ ଜିଲ୍ଲାରେ ସଚେତନତା ସୃଷ୍ଟି କରିବାକୁ ବୈଠକରେ ଆଲୋଚନା କରାଯାଇଛି । ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବାର ମଧ୍ୟ ବ୍ୟବସ୍ଥା ରହିଛି । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଧିନସ୍ଥ ବିଭିନ୍ନ ଖାଦ୍ୟ ସାମଗ୍ରୀ ଭଣ୍ତାର, ଖୁଚୁରା ବ୍ୟବସାୟୀ, ସମାଜ ମଙ୍ଗଳ ଅଧିକାରୀଙ୍କ ଅଧିନସ୍ଥ ସମସ୍ତ ଅଙ୍ଗନୱାଡି କେନ୍ଦ୍ର, ଛତୁଆ ପ୍ରସ୍ତୁତି ସ୍ବୟଂ ସହାୟକ ଗୋଷ୍ଠୀ, ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧିନସ୍ଥ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିକାରୀ ସଂସ୍ଥା, ଫଳ ଓ ପରିବା ମଣ୍ତି ଆଦି ସଂପର୍କରେ ତଥ୍ୟ ରଖିବା ସହ ଖାଦ୍ୟ ସାମଗ୍ରୀ ବିକ୍ରୟ ଅନୁମତି ଓ ପଞ୍ଜୀକରଣ କରିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ଅବଗତ କରିବାକୁ ବୈଠକରେ ଆଲୋଚନା କରାଯାଇଛି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ତା, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ରଥ, ଖାଦ୍ୟ ସୁରକ୍ଷା ଅଧିକାରୀ ଡଃ ରାଜଶ୍ରୀ ପତି ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । (ରିର୍ପୋଟ:ଶଙ୍କର ସରକାର)