ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଆଜି ହେଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ । ତେବେ ଆଜିର ଏହି ପ୍ରତିଷ୍ଠା ଦିବସରେ ହେବ ଏକ ବିଶେଷ କାର୍ଯ୍ୟକ୍ରମ। ଏହି ବର୍ଷ ଧଳା ବାଘୁଣୀ ବିଜୟା ଗର୍ଭରୁ ଜନିତ ୩ ବାଘ ଛୁଆ ଓ ବାଘୁଣୀ ମେଘା ଜନ୍ମ ଦେଇଥିବା ୩ଟି ଶାବକଙ୍କର ନାମ କରଣ କରାଯିବ । ଅନ୍ଲାଇନ୍ ( ଫେସବୁକ ଓ ଟୁଇଟର ) ମାଧ୍ୟମରେ ନାମକରଣ ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ଲୋକେ ଦେଇଥିବା ନାମ ମଧ୍ୟରୁ ଚୟନ କରାଯାଇ ଏହି ଛଅ ବାଘ ଛୁଆଙ୍କ ନାମ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି । ତାହା ସହ ମୁଖ୍ୟ ଅତିଥି ସମସ୍ତ ଖୁଆଡ଼ ପରିଦର୍ଶନ କରିବେ। ଏଥର ପ୍ରତିଷ୍ଠା ଦିବସରେ ଡିସେମ୍ବର ମାସ ୨୯ ତାରିଖ ପୂର୍ବାହ୍ନ ସାଢେ ୧୦ଟାରେ ଅନୁଷ୍ଠିତ ହେବ। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥ , ସମ୍ମାନିତ ଅତିଥି ପ୍ରଧାନ ବନସଂରକ୍ଷକ ତଥା ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ଶଶୀ ପଲ , ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି.ନାୟାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତାହା ସହ ନନ୍ଦନକାନନ କର୍ତ୍ତୃପକ୍ଷ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କୁ ଉତ୍ସାହିତ କରିବା ପାଇଁ ଚଳିତ ବର୍ଷ କାର୍ଯ୍ୟରତ କିଛି କର୍ମଚାରୀ ଓ ଅଧିକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିବାର ବ୍ୟବସ୍ଥା କରିଥିବା ଜଣାଯାଇଛି ।