ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ:ପୂର୍ବତନ କ୍ରିକେଟର ଇରଫାନ ପଠାନ ପୁତ୍ର ସନ୍ତାନ ଲାଭ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆରେ ଏହି ଖୁସି ଖବର ପୋଷ୍ଟ କରିଛନ୍ତି।ସେ ଏବଂ ତାଙ୍କ ସ୍ତ୍ରୀ ସଫା ପୁତ୍ର ସନ୍ତାନ ଲାଭ କରିଛନ୍ତି ବୋଲି ସୂଚନା ମିଳିଛି। ଏହାସହ ସେ ତାଙ୍କର ନାମ ମଧ୍ୟ ପ୍ରକାଶ କରିଛନ୍ତି। ସେ ତାଙ୍କର ପୁଅକୁ ହାତରେ ଧରିକି ଏକ ଫଟୋ ପୋଷ୍ଟ କରିଛନ୍ତି। ଏହାସହ ସେ ଲେଖିଛନ୍ତି ଉଭୟ ପୁତ୍ର ଏବଂ ମା ଭଲ ଅଛନ୍ତି। ସେ ତାଙ୍କ ପୁଅର ନାମ ସୁଲେମାନ ଖାନ ଦେଇଛନ୍ତି। ଏହାସହ ଉଭୟ ଇରଫାନ ଏବଂ ସଫା ତାଙ୍କର ପ୍ରଶସଂକଙ୍କୁ ବହୁତ ଧନ୍ୟବାଦ ଜଣାଇଛନ୍ତି।