ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଏକ ମ୍ୟୁଜିକ୍ ଭିଡିଓ ସୁଟିଂ କରୁଥିବା ସମୟରେ ପପ୍ ଗାୟୀକା ମେଟା ଙ୍କୁ ସାପ କାମୁଡ଼ିଥିବାର ଦେଖିବାକୁ ମିଳିଛି । ଏହି ସଂଗୀତଜ୍ଞ – ଯିଏ ଚଳିତ ବର୍ଷ ଏପ୍ରିଲରେ ଜୟ ଜେଙ୍କ ଲେବଲ୍ ରୋକ ନେସନରେ ସ୍ୱାକ୍ଷରିତ ହୋଇଥିଲେ – ଗତ ସପ୍ତାହରେ ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଏହି ଘଟଣାର ଫୁଟେଜ ସେୟାର କରିଥିଲେ ଯେଉଁଠାରେ ଏହା ଏବେ ଭାଇରାଲ ହୋଇଥିଲା।
ସର୍ଟ କ୍ଲିପ୍ରେ, ୨୧ ବର୍ଷୀୟାଙ୍କୁ ଅନେକ ସାପ ଘେରି ରହିଥିବା ଏକ କାର୍ପେଟ ଉପରେ ପଡ଼ିଥିବାର ଦେଖାଯାଇଥିଲା। କଳା ରଙ୍ଗର ପୋଷାକ ପିନ୍ଧି ସେ ସାପମାନଙ୍କ ମଧ୍ୟରେ ଛିଡା ହୋଇଥିବା ବେଳେ ସାପ ତାଙ୍କର ମୁହଁକୁ କାମୁଡି ଥିବାର ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ମେଟା ଯନ୍ତ୍ରଣାରେ ଛଟପଟ ହୋଇ ସାପକୁ ଠେଲିଦେବାର ମଧ୍ୟ ଦେଖିବାକୁ ମିଳୁଛି। ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରିବାବେଳେ ମେଟା ଲେଖିଥିଲେ, “ଓହ, ଏହା ଏହିପରି କାମୁଡ଼ିଥିଲା। ଆଉ କେବେ ନୁହେଁ, ଟ୍ୱିଟରରେ ସମାନ କ୍ଲିପ୍ ସେୟାର କରିଛନ୍ତି। ଗତ ସପ୍ତାହରେ ଇନଷ୍ଟାଗ୍ରାମରେ ପୋଷ୍ଟ ହେବା ପରଠାରୁ ଏହି ଭିଡିଓ ୪.୮ ଲକ୍ଷରୁ ଅଧିକ ଥର ଦେଖାଯାଇଛି।
ପିପୁଲ୍ସ ମ୍ୟାଗେଜିନ ଅନୁଯାୟୀ, ମ୍ୟୁଜିକ୍ ଭିଡିଓ ପାଇଁ ବ୍ୟବହୃତ ହେଉଥିବା ସାପଗୁଡ଼ିକ ମଧ୍ୟରୁ କୌଣସିଟି ବିଷାକ୍ତ ନୁହେଁ। କଣ୍ଠଶିଳ୍ପୀ ଅନ୍ୟ କୌଣସି ଆଘାତ ପାଇନାହାଁନ୍ତି। ଗାୟକ ମେଟା(୨୧) କିଶୋର ଅବସ୍ଥାରେ ସାଉଣ୍ଡକ୍ଲାଉଡ୍ ରେ ଗୀତ ପୋଷ୍ଟ କରିବା ଆରମ୍ଭ କରିଥିଲେ। ତାଙ୍କର ଆଲବମ୍ ହାବିଟ୍ସ ରିଲିଜ୍ ହେବା ପରେ ସେ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରତିଷ୍ଠିତ ହୋଇଥିଲେ ।