ସନଷ୍ଟାର ଟିଭି ବ୍ୟୁରୋ
ପୁରୀ:କଟକ ପରେ ପୁରୀରେ ଘଟିଛି ଅଘଟଣ। ଅସୁସ୍ଥ ପୁଅ ପାଇଁ ବଡ଼ଡାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବାବେଳେ ଗୁଡି ସୂତା ବେକରେ ଲାଗି ଜଣେ ଆହତ। ସୂଚନାମୁତାବକ ପୁରୀ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ବେକରେ ଗୁଡି ସୂତା ଲାଗି ବେକ କଟିଯାଇଛି। ତାଙ୍କୁ ଡ଼ାକ୍ତରଖାନା ନିଆଯାଇଛି।ତେବେ ଏହି ଘଟଣାଟି ଡ଼ାକ୍ତରଖାନାଛକ ସ୍ଥିତ ମାଳିଯାଗା ନିକଟରେ ଘଟିଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି। ସେପଟେ ଏହି ଘଟଣା କୁ ନେଇ ସାଧାରଣ ରେ ଉଦବେଗ ପ୍ରକାଶ ପାଇଥିବା ବେଳେ ପୁରୀ ରେ ମାଞ୍ଜା ସୂତା ବିକ୍ରୀ ନିଷିଦ୍ଧ କରିବାକୁ ଦାବି ହୋଇଛି।(ରିର୍ପୋଟ: ଶଙ୍କର ସରକାର)