ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ୧୫ ରୁ ୧୮ ବର୍ଷ ବୟସର ପିଲାମାନେ ସେମାନଙ୍କ ସ୍କୁଲ ଆଇଡି କାର୍ଡ ବ୍ୟବହାର କରି ଜାନୁଆରୀ ୧ ତାରିଖ ଠାରୁ CoWIN ଆପରେ କୋଭିଡ-୧୯ ଟିକା ପାଇଁ ପଞ୍ଜୀକୃତ କରିପାରିବେ ବୋଲି ସରକାର ସୋମବାର ସକାଳେ ସୂଚନାଦେଇଛନ୍ତି।
CoWIN ମୁଖ୍ୟ ଡ ଆର.ଏସ୍ ଶର୍ମା ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ ଅନଲାଇନ୍ ପ୍ଲାଟଫର୍ମରେ ଏକ ଅତିରିକ୍ତ ସ୍ଲଟ୍ ସୃଷ୍ଟି କରାଯାଇଛି। ଯାହା ଦ୍ବାରା ଛାତ୍ରଛାତ୍ରୀମାନେ ସେମାନଙ୍କର ଆଇଡି କାର୍ଡ ବ୍ୟବହାର କରି ସଟ୍ ପାଇଁ ପଞ୍ଜିକରଣ କରିପାରିବେ। ଏହାର କାରଣ କେତେକଙ୍କ ପାଖରେ ଆଧାର କିମ୍ବା ଅନ୍ୟାନ୍ୟ ଆବଶ୍ୟକୀୟ ଆଇଡି କାର୍ଡ ନ ଥାଇପାରେ ବୋଲି ସେ କହିଛନ୍ତି ତେଣୁ ଆଇଡି କାର୍ଡ ସାହାର୍ଯ୍ୟରେ ସେମାନେ ପଞ୍ଜୀକୃତ କରିପାରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କହିଛନ୍ତି ଯେ ୧୫-୧୮ ବର୍ଷ ବୟସର ପିଲାମାନେ ଜାନୁଆରୀ ୩ ରୁ ପ୍ରଥମ ରାଉଣ୍ଡ କୋଭିଡ ଟିକା ପାଇପାରିବେ। ଭାରତର ପିଲାମାନଙ୍କୁ ଦୁଇଟି ଡୋଜ ମାଧ୍ୟମରେ ଟୀକାକରଣ କରାଯିବ – ଭାରତ ବାୟୋଟେକର ଡବଲ ଡୋଜ କୋଭାକ୍ସିନ କିମ୍ବା ଜିଡସ୍ କ୍ୟାଡିଲାଙ୍କ ତିନି-ଡୋଜ୍ ZyCoV-D, ଉଭୟ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଆକୃଷ୍ଟ ହୋଇପାରିବ।