ସନଷ୍ଟାର ଟିଭି ବ୍ୟୁରୋ
ଜଳେଶ୍ୱର :ଜାତୀୟ ରାଜପଥ ୧୬ ଜମାଲପୁର ଠାରେ ଏକ ଘରୋଇ ନର୍ସିଂହୋମ ରେ ନବ ଜାତ ଶିଶୁର ମୃତ୍ୟୁ ହୋଇଛି। ଏହାକୁ କେନ୍ଦ୍ର କରି ସର୍ମ୍ପକୀୟ ମାନେ ନର୍ସିଂହୋମରେ ଭଙ୍ଗା ରୁଜା କରିଛନ୍ତି। ତେବେ ସୂଚନାମୁତାବକ ଡାକ୍ତର ଏବଂ ନର୍ସିଂହୋମ ର ମାଲିକ ମାନଙ୍କ ଅବହେଳା ପାଇଁ ନବ ଜାତ ଶିଶୁର ମୃତ୍ୟୁ ହୋଇଛି ବୋଲି ଶିଶୁର ଜେଜେ ରବୀନ୍ଦ୍ର ମହାକୁଡ଼ କହିଛନ୍ତି। ଶିଖରପୁର ସ୍ଥିତ ରବୀନ୍ଦ୍ର ମହାକୁଡ଼ଙ୍କ ପୁତ୍ର ବଧୁ ମନ୍ଦାକିନି ହାତିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଥିଲେ। ସେ ଡାକ୍ତରଙ୍କ ପରାମର୍ଶକ୍ରମେ ଆଶୀର୍ବାଦ ନର୍ସିଂହୋମ ରେ ଭର୍ତ୍ତି ହୋଇଥିଲେ। ମାତ୍ର ଅସ୍ତ୍ରୋପଚାର ପରେ ପିଲାଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।(ରିର୍ପୋଟ: ଆଲୋକ ଚନ୍ଦ୍ର ଘଡେଇ)