ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଡିସେମ୍ବର ୨୭ରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବୀକୁ ଯାଉଅଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚ୍ଏସ୍ଇ ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କୁ ଫର୍ମ ପୂରଣ ବାବଦରେ ୫୨୦ ଟଙ୍କା ଦାଖଲ କରିବାକୁ ହେବ । ଡିସେମ୍ବର ୨୭ରୁ ଜାନୁଆରୀ ୪ ତାରିଖ ମଧ୍ୟରେ ବିନା ଜୋରିମାନାରେ ପୂରଣ ହେବାକୁ ଥିବା ବେଳେ ଜାନୁଆରୀ ୫ରୁ ୬ ତାରିଖ ମଧ୍ୟରେ ଫର୍ମ ପୂରଣ ପାଇଁ ଶହେ ଟଙ୍କା ଓ ଜାନୁଆରୀ ୭ରୁ ୧୧ ତାରିଖ ମଧ୍ୟରେ ଯେଉଁମାନେ ଫର୍ମ ପୂରଣ କରିବେ ସେମାନଙ୍କୁ ୪୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିବାକୁ ପଡିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । କଲେଜର ସାମ୍ସ ପୋର୍ଟାଲ ଜରିଆରେ କର୍ତ୍ତୃପକ୍ଷ ପିଲାଙ୍କ ଫର୍ମ ପୂରଣ କରିବେ । ଆବଶ୍ୟକୀୟ ଉପଯୁକ୍ତ କାଗଜପତ୍ର ସହ ନିର୍ଭୁଲ ଭାବେ ପିଲାଙ୍କ ଫର୍ମ ପୂରଣ କରିବା ପାଇଁ ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।