ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସାରା ଦେଶ ରେ ଓମିକ୍ରନ ମାମଲା ବୃଦ୍ଧି ପାଇବା ରେ ଲାଗିଛି।ଲୋକ ଙ୍କୁ ସଚେତନ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଉଛି।ଏହା ଭିତରୁ ରାଜ୍ୟରେ ଆଉ ୨ ଓମିକ୍ସନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଓମିକ୍ସନ ଆକ୍ରାନ୍ତ ସଂଖ୍ୟା ୪ରେ ପହଞ୍ଚିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ , ଆକ୍ରାନ୍ତ ଦ୍ଵୟ ନାବାଳିକା ଓ ସେମାନେ ଦୁଇ ଭଉଣୀ। ଜଣଙ୍କୁ ୧୧ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ୧୫ ବର୍ଷର । ଗତ ୧୩ତାରିଖରେ ସେମାନେ ବାପାମା’ଙ୍କ ସହିତ ନାଇଜେରିଆରୁ ଫେରିଥିଲେ । କୋଭିଡ୍ -୧୯ ସଂକ୍ଷିପ୍ତ ସୂଚନା ଅନୁଯାୟୀ ଭାରତରେ ଦେଶବ୍ୟାପୀ ଓମିକ୍ରନ୍ ମାମଲା ୩୫୮ କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର, ୮୮ ଟି ସଂକ୍ରାମକ ସହିତ ଦେଶବ୍ୟାପୀ ଦିଲ୍ଲୀ (୬୭), ତେଲେଙ୍ଗାନା (୩୮), ତାମିଲନାଡୁ (୩୪) ଏବଂ କର୍ଣ୍ଣାଟକ (୩୧) ଜଣ ଓମିକ୍ରନ୍ ମାମଲା ସକ୍ରିୟ ରହିଛି।