ସନଷ୍ଟାର ଟିଭି ବ୍ୟୁରୋ
ଭୂବନେଶ୍ୱର: ନୂଆବର୍ଷ ପାଇଁ ଜାରି ହେଲା କଟକଣା।ଏଥର କଡା ନିୟମ ଭିତରେ ପାଳନ ହେଲା ନୂଆବର୍ଷ।ରାଜ୍ୟ ରେ ଓମିକ୍ରନ ସଂଖ୍ୟା ବଢୁଛି ସେଥି ପାଇଁ ରାଜ୍ୟ ସରକାର ଜାରି କରିଲେ ନୂଆ ଗାଇଡ଼ ଲାଇନ।କଟକଣା ମୁତାବକ କୋୖଣସି ମଣ୍ଡପ, ବାର କିମ୍ବା ହୋଟେଲ ରେ ଜିରୋ ନାଇଟ ପାଳନ କରାଯିବ ନାହିଁ।କୋୖଣସି ସ୍ଥାନ ରେ ଜନ ଗହଳି କି ଜନ ସମାବେଶ ହେବ ନାହିଁ। ବଡ ଦିନ ପାଳନ କରିବାପାଇଁ ଚର୍ଚ୍ଚ ରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିବେ।କୋଭିଡ ଗାଇଡ଼ ଲାଇନ ହିସାବ ରେ ପାଳନ କରାଯିବ।
ସେହିପରି ବିବାହ ଛଡା ଅନ୍ୟ କୋୖଣସି କାମ ଯେପରି ରାଲି, ନାଚ ଗୀତ ଆଦି କୋୖଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ।ଏହା ବାଦ ଶବ ଦାହ ସମୟ ରେ ମଧ୍ୟ କୋଭିଡ ଗାଇଡ଼ ଲାଇନ କୁ ପାଳନ କରା ଯିବ।ତେବେ ଏହା ଡ଼ିସେମ୍ବର ୨୫ରୁ ଜାନୁୟାରୀ ୧ପର୍ଯ୍ୟନ୍ତ ପାଳନ କରାଯିବ।