ସନଷ୍ଟାର ଟିଭି ବ୍ୟୁରୋ
ଭୂବନେଶ୍ୱର: କରୋନା ପରିସ୍ଥିତି କୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଲୋକମାନେ ପରିସ୍ତିତିକୁ ସହଜ ଭାବରେ ନିଅନ୍ତୁ ନାହିଁ। ସଂକ୍ରମଣ ରୋକିବାକୁ କମ୍ୟୁନିଟିର ବଡ଼ ଦାୟିତ୍ୱ ରହିଛି । ସମସ୍ତେ ସହଯୋଗର ହାତ ବଢ଼େଇଲେ ସଂକ୍ରମଣକୁ ରୋକିହେବ । ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ସର୍ଭିଲାନ୍ସ ଜାରି ରିହିଛି। ଲୋକମାନେ କୋଭିଡ ଆପ୍ରୋପ୍ରିଏଟ ବ୍ୟବହାରକୁ ମାନନ୍ତୁ ସଂକ୍ରମଣ ବଢାଇବାକୁ ସୁଯୋଗ ଦିଅନ୍ତୁ ନାହିଁ । କମ୍ୟୁନିଟିର ଗୋଟେ ବଡ ଦାୟିତ୍ୱ ରହିଛି । ସରକାରଙ୍କ ସହଭାଗିତାରେ ଟ୍ରାକିଙ୍ଗ ଆଉଟ ଆଉଟ୍ରେସିଙ୍ଗ ଜାରିରହିଛି। ସରକାରଙ୍କ ସହଭାଗିତାରେ ପୂର୍ବପରି ପରିସ୍ଥିତିର ମୁକାବିଲା କରାଯିବ।କେନ୍ଦ୍ର ସରକାର ସାଧାରଣ ମାର୍ଗଦର୍ଶିକା ଜାରି କରି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଥିରେ କୁହାଯାଇଛି ପଜିଟିଭ ରେଟ ୧୦ ପ୍ରତିଶତ ଓ ଅକ୍ସିଜେନ ବେଡ଼ ଯଦି ୪୦ ପ୍ରତିଶତ ଆବଶ୍ୟକ ହେଉଛି ତାହାଲେ କଣ୍ଟେନମେଣ୍ଟ ମେଜର ନେବାକୁ କହିଛନ୍ତି। ଆମେ ସେହି ଦିଗରେ କାର୍ଯ୍ୟ କରୁଛୁ ବୋଲି
ସ୍ୱାସ୍ଥ୍ୟ ନିର୍ଦେଶକ ସୂଚନା ଦେଇଛନ୍ତି। (ରିପୋର୍ଟ:ଆଶିଷ କୁମାର ରାଉତ)