ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ:ବଢ଼ୁଛି ଓମିକ୍ରନ ସଂକ୍ରମଣ। ଦିଲ୍ଲୀରେ ଆଉ ୨ଟି ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ଓମିକ୍ରନ ସଂଖ୍ୟା ୨୪ ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧୨ଜଣ ସୁସ୍ଥ ହୋଇ ମେଡିକାଲରୁ ଡିସ ଚାର୍ଜ ହୋଇଥିବା ବେଳେ ଆଉ ୧୨ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ସେପଟେ ଓମିକ୍ରନକୁ ନେଇ ଚାରିଆଡେ ସଚେତନା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଲୋକ ମାନେ ଏହାକୁ ହାଲୁକାରେ ନେଉଛନ୍ତି।ଏଥିପ୍ରତି ସଚେତନ ହେଉ ନାହାନ୍ତି ଯାହା ଫଳରେ ଏହା ବ୍ୟାପକ ଭାବେ କ୍ଷତି ପହଞ୍ଚାଇବ ବୋଲି ସୂଚନା ମିଳୁଛି ।ଏହା ଭିତରେ ଏମସ୍ ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ ଓମିକ୍ରନକୁ ସାମ୍ନା କରିବାକୁ ନେଇ ଦେଶ ପ୍ରସ୍ତୁତ ଅଛି। ତେବେ ଏହାକୁ ନେଇ ଜନସାଧାରଣ ଟିକିଏ ସର୍ତକ ଏବଂ ସଚେତନ ରହିବା ଆବଶ୍ୟକ ଅଟେ।ତେବେ ଆସନ୍ତ ଫେବୃଆରୀରେ ଓମିକ୍ରନ ପିକ୍ ରେ ପହଞ୍ଚିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ସୂଚନାଦେଇଛନ୍ତି।