ସନଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ଵର:ପୁଅର ଜନ୍ମଦିନ ନ ପାଳନ କରି ସେହି ଟଙ୍କାରେ ଆୟୋଜନ କଲେ ମେଗା ରକ୍ତଦାନ ଶିବିର।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକରେ। ଜଳେଶ୍ଵର ବ୍ଳକ ଅନ୍ତର୍ଗତ ଗେରେଜ ବଜାର ସ୍ଥିତ ବୁଖାରିବାବା ଅର୍ଡର ସାପ୍ଲାୟର ମୁଖ୍ୟ ଏସକେ ସାଜନଙ୍କ ପୁଅ ଏସକେ ଆହିଲର ଦୁଇ ମାସ ତଳେ ଜନ୍ମ ଦିନ ଥିଲା। କିନ୍ତୁ ପୁଅର ଜନ୍ମ ଦିନ ନ ପାଳି ଉକ୍ତ ଅର୍ଥରେ ଆଜି ଏକ ମେଗା ରକ୍ତଦାନ ଶିବିର କରିଛନ୍ତି ଏସକେ ସାଜନ। ଏହି ଶିବିରରୁ ୫ ଶହ ୟୁନିଟ ରକ୍ତ ସଂଗ୍ରହ କରିବାର ଲକ୍ଷ ରଖାଯାଇଛି। ବାଲେଶ୍ଵର ଜିଲ୍ଲାରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଥିଲା ବେଳେ ଜିଲ୍ଲାରେ ୭ ଶହ ଥାଲାସେମିଆ ରୋଗି ରହିଥିବାରୁ ବାର୍ଷିକ ୨୧ ହଜାର ୟୁନିଟ ରକ୍ତର ଆବଶ୍ୟକତା ରହିଛି। ତେଣୁ ଏହାକୁ ଲକ୍ଷ୍ୟ କରି ଆଜିର ଏହି ରକ୍ତଦାନ ଶିବିର ବାଲେଶ୍ଵର ଜିଲ୍ଲା ରକ୍ତ ଦାତା ସଂଘର ସଭାପତି କମଲ ଚକ୍ରବର୍ତ୍ତୀ, ଜିଲ୍ଲା ରକ୍ତଦାତା ସଂଘର ସାଧାରଣ ସମ୍ପାଦକ ହୃଷିକେଶ ସାହୁ,ବୁଖାରିବାବା ଅର୍ଡର ସାପ୍ଲାୟର ମୁଖ୍ୟ ସେଖ ସାଜନ, ମନୋରଞ୍ଜନ ଦାସ, ସମେତ ବହୁ ସମ୍ମାନିତ ଅତିଥି ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।(ରିର୍ପୋଟ:ଆଲୋକ ଚନ୍ଦ୍ର ଘଡାଇ)