ସନଷ୍ଟାର ଟିଭି ବ୍ୟୁରୋ
ନବରଙ୍ଗପୁର :ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତେ ସରଗରମ ହେବାରେ ଲାଗିଛି । ଏଭଳି ସ୍ଥିଥିରେ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବିଜୁ ଜନତା ଦଳର ଜଣେ ଟାଣୁଆ ନେତା ଅର୍ଥାତ ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ତଥା ସାଂସଦ ପ୍ରତିନିଧିତ୍ଵ ଶ୍ରୀଯୁକ୍ତ କାଜମ ମଦାନୀ ନିଜ ସହଯୋଗୀ ମାନଙ୍କ ସହ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ସୂଚନା ଅନୁଯାୟୀ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଗତ ଅଗଷ୍ଟ ମାସ ୬ ତାରିଖ ଦିନ କାଜମ ମଦାନୀଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଥିଲା। ଏହାର ପ୍ରତିବାଦରେ କାଜମ ମଦାନୀ ଙ୍କ ଅନେକ ସହଯୋଗୀ ଦଳ ତ୍ୟାଗ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହା ବିଜୁ ଜନତା ଦଳ ଉପରେ ଖରାପ ପ୍ରଭାବ ପକାଇବାର ଆଶଙ୍କା ଥିବା ଭାବି ଦୀର୍ଘ ୧୭, ୧୮ , ବର୍ଷ ବିଜେଡ଼ି ଦଳରେ କାମକରି ଆସୁଥିଲେ କାଜମ ମଦାନୀ ନିଜ ସହଯୋଗୀ ମାନଙ୍କୁ ପୁନଶ୍ଚ ବିଜୁ ଜନତା ଦଳରେ ସାମିଲ ହେବାକୁ ନିର୍ଦେଶ ଦେଇଥିଲେ । ଏବଂ ତାଙ୍କ କଥା ରଖି ତାଙ୍କ ତାଙ୍କର ଅନେକ ସହଯୋଗୀ ପୁନଶ୍ଚ ଦଳରେ ଯୋଗ ଦେଇଥିଲେ। କିନ୍ତୁ ବର୍ତ୍ତମାନ ୧୮ ବର୍ଷ ଦଳରେ ଲୋକଙ୍କ ସେବାରେ ଥିବା କାଜମ ମଦାନୀ ଙ୍କୁ ଦଳ ଅଣଦେଖା କରିଛି। ଅଭିଯୋଗ ର ଉପଯୁକ୍ତ ପ୍ରମାଣ ଦିଆଯାଇନାହିଁ କିମ୍ବା ଦଳ ପକ୍ଷରୁ ଶ୍ରୀ ମଦାନୀଙ୍କୁ ଦଳରେ ସାମିଲ କରେଇବା ପାଇଁ ମଧ୍ୟ କିଛିବି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଶ୍ରୀ କାଜମ ମଦାନୀ ବାଧ୍ୟ ହୋଇ ଉମରକୋଟ ରାଇଘର ରୁ ଝରିଗାଁ ଡାବୁଗାଁ ଠୁ ନିଜ ସହଯୋଗୀ ମାନଙ୍କ ସହ ଏକ ପ୍ରେସମିଟ ସହ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା, ସେ ନିଜେ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏବଂ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେବା ପରେ କେଉଁ ଦଳରେ ସାମିଲ ହେବେ ତାହା ମଧ୍ୟ ସ୍ପଷ୍ଟ କରି ନାହାନ୍ତି। ଶ୍ରୀ ମଦାନୀ ଙ୍କ ଇସ୍ତଫା ପରେ ବିଜୁ ଜନତା ଦଳ ଉମରକୋଟ ଅଞ୍ଚଳରେ ଲାଭ ରେ ରହିବ ନା କ୍ଷତି ସହିବ ତାହା ଦେଖିବାକୁ ବାକି ରହିଲା।(ରିର୍ପୋଟ:ପୂର୍ଣ୍ଣଚନ୍ଦ୍ର ନାୟକ )