ସନଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ:ତାମିଲନାଡୁର ଜଣେ ୧୧ ବର୍ଷୀୟ ଛାତ୍ରୀ ସେ ହାର ମାନିବା ପୂର୍ବରୁ ଆଠ ମାସ ଧରି ହଇରାଣ ହରକତର ଶୀକାର ହୋଇ ଶେଷରେ ହାର ମାନିନେଲେ ବୋଲି ସୂଚନାମିଳିଛି । ଶନିବାର ଦିନ, ତାଙ୍କ ମାଆ ବଜାରରୁ ଫେରିକି ଦେଖିଲା ବେଳକୁ ତାଙ୍କର ଝିଅ ଚେନ୍ନାଇର ଘରେ ଫାଶି ଲଗାଇଦେଇଥିଲେ।
“ଜଣେ ଝିଅ କେବଳ ମାତୃ ଗର୍ଭରେ ଓ କବରରେ ସୁରକ୍ଷିତ ରହିପାରେ” ବୋଲି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ନୋଟରେ ଉଲ୍ଲେଖ କରିଛନ୍ତି। ଏହି ଶବ୍ଦଗୁଡ଼ିକ ଅସହ୍ୟ ଯନ୍ତ୍ରଣା ଏବଂ ନିରାଶାକୁ ପ୍ରକାଶ କରିଥାଏ, ଯାହାର ପରିମାଣ ତାଙ୍କ ପରିବାରକୁ ମଧ୍ୟ ଜଣା ନଥିଲା।
“ଯୌନ ନିର୍ଯ୍ୟାତନା ବନ୍ଦ କର” ଏବଂ “ଜଷ୍ଟିସ୍ ଫର୍ ମି” ସହିତ ସମାପ୍ତ ହୋଇଥିବା ଏହି ନୋଟରେ ତିନିଜଣ ସମ୍ଭାବ୍ୟ ନିର୍ଯାତନାକାରୀଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ଯୌନ ନିର୍ଯାତନା ଅଭିଯୋଗରେ ଚେନ୍ନାଇରେ ଜଣେ କଲେଜ ଛାତ୍ରଙ୍କୁ ଗିରଫ କରାଯାଇଛି। ଯୁବକ ଜଣକ ନିଜର ଭୁଲକୁ ସ୍ବୀକାର କରିଛନ୍ତି। ଝିଅଟି ର ଆତ୍ମହତ୍ୟା ନୋଟକୁ ଆଧାର କରି ସେ ଅଧିକ ଲୋକଙ୍କ ଦ୍ବାରା ନିର୍ଯ୍ୟାତନାର ଶୀକାର ହୋଇଛନ୍ତି କି ନାହିଁ ପୋଲିସ ଏହାର ତଦନ୍ତ କରୁଛନ୍ତି।ସୂଚନାମୁତାବକ ଗତ କିଛି ସପ୍ତାହ ମଧ୍ୟରେ, ଆହୁରି ଚାରିଟି ଆତ୍ମହତ୍ୟା ମାମଲା ସାମ୍ନା କୁ ଆସିଛି।