ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ:ପାନାମା କାଗଜପତ୍ର ସଂପର୍କରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଡକାଇଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି। ସୂତ୍ରରୁ ପ୍ରକାଶ ଯେ ଅନୁସନ୍ଧାନକାରୀ ସଂସ୍ଥା ୪୮ ବର୍ଷିୟ ଅଭିନେତ୍ରୀଙ୍କୁ ବିଦେଶରେ ଧନ ସମ୍ପତ୍ତି ଦେବାର ଅଭିଯୋଗ ଉପରେ ପ୍ରଶ୍ନ କରିବାକୁ ଚାହୁଁଛି।
ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ପଚରାଉଚରା ପାଇଁ ପୂର୍ବରୁ ଡକାଯାଇଥିଲା, କିନ୍ତୁ ସେ ଦୁଇଥର ଅଧିକ ସମୟ ମାଗିଥିଲେ। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ୨୦୧୭ ରେ ଫୋରକ୍ସ ଉଲ୍ଲଂଘନ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା। ଏହା ବଚ୍ଚନ ପରିବାରକୁ ନୋଟିସ ଜାରି କରିଥିଲା। ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ରୁ ପ୍ରାପ୍ତ ରିର୍ପୋଟ ଅନୁସାରେ ଉପରୋକ୍ତ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରିଭେନ୍ସସନ ଅଫ ମଦି ଲଣ୍ଡ୍ରିଙ୍ଗ ଆକ୍ଟ ୨୦୨୦ ରେ ଆର୍ଥିକ ଅପରାଧ ମାମଲା ରୁଜୁ କରିଛି।
ସୂଚନାଅନୁସାରେ ପାନାମା ପେପର୍ସ ମାମଲା ହେଉଛି ୨୦୧୬ ମସିହା ପ୍ରକାଶିତ ସାଙ୍କେତିକ ଭାଷାରେ ପରିବର୍ତ୍ତିତ ୧୧.୫ ନିୟୁତ ଡଲାରର ଗୁପ୍ତ ଦଲିଲ। ଏହା ଲିକ ହେବା ଯୋଗୁଁ୨୧୪,୪୮୮ଟି ବିଦେଶୀ ସତ୍ତାର ପୁଙ୍ଖାନୁପୁଙ୍ଖ ଅର୍ଥନୈତିକ ବିବରଣୀ ପଦାରେ ପକାଇଥିଲେ।ଲିକ ହୋଇଥିବା କିଛି ଦଲିଲପତ୍ରରେ୧୯୭୦ ଦଶକର ତଥ୍ୟାବଳୀ ରହିଥିଲା। ଏହି ଦଲିଲରେ ବିଶ୍ବବ୍ୟାପୀ ସେଲିବ୍ରିଟିମାନେ,ରାଜନେତା,ସେଲିବ୍ରେଟି,ସରକାରୀ ଅଧିକାରୀ ବ୍ୟକ୍ତିତ୍ବଙ୍କର ବ୍ୟକ୍ତିଗତ ଆର୍ଥିକ ସୂଚନା ରହିଥାଏ।