ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ଶୀତରେ ଥରୁଛି ଓଡିଶା। ଜିଲାର ଦାରିଙ୍ଗବାଡି ଏବଂ ଫୁଲବାଣୀ ପ୍ରବଳ ଶୀତ ଅନୁଭୂତ ହେଉଛି । ଗତ ୪ଦିନ ହେଲା ଜିଲାରେ ରାତି ତାପମାତ୍ରା ତଳକୁ ଖସିଛି। ପାରଦ ଯେତେ ତଳକୁ ଖସୁଛି ତାପମାତ୍ର ସେତେ କମୁଛି ଆଉ ଜାଡ ସେତେ ବଢ଼ୁଛି । ଫଳସ୍ଵରୂପ ଜିଲାର ଦାରିଙ୍ଗବାଡି , ଫୁଲବାଣୀ ଏବଂ ବାଲିଗୁଡା ଆଦି ଅଞ୍ଚଳରେ ଶୀତ ଲହରୀ ଲାଗି ରହିଛି । ଆଜି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀକୁ ଖସି ଆସିଛି । ଫୁଲବାଣୀରେ ପାରଦ ୭.୫ ଡିଗ୍ରୀ ରେକର୍ଡ କରାଯାଇଛି । ସର୍ବନିମ୍ନ ତାପମାତ୍ରା ତଳକୁ ଖସିବା ଦ୍ଵାରା ଆଜି ୨୨ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଦକ୍ଷିଣ , ପଶ୍ଚିମ , ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେଉଛି ।
ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କରିଛି । ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ନୟାଗଡ , ବୌଦ୍ଧ , ମାଲକାନଗିରି ଏବଂ କଟକରେ ରାତି ତାପମାତ୍ରା ୧୪ ଡିଗ୍ରୀ ରହିଛି । ଚାନ୍ଦବାଲି ୧୦.୮ ରେ ପାରଦ ରହିଥିବା ବେଳ ଏବଂ ବାରିପଦାରେ ପାରଦ ୧୨ ଡିଗ୍ରୀରେକର୍ଡ କରାଯାଇଛି । ବାଲେଶ୍ବରରେ ୧୨.୩ ଡିଗ୍ରୀ , ଭୁବନେଶ୍ବରରେ ୧୨.୨ , ଅନୁଗୋଳରେ ୧୧.୬ , ଝାରସୁଗୁଡାରେ ଏବଂ କେନ୍ଦୁଝରରେ ୯.୬ , ସମ୍ବଲପୁରରେ ୧୨.୨ ଡିଗ୍ରୀ , ସୁନ୍ଦରଗଡରେ ୧୦.୦ ଡିଗ୍ରୀ ରହିଛି।, ହୀରାକୁଦରେ ୧୧.୫ ଡିଗ୍ରୀ , ତାଳଚେରରେ ୧୩ ଡିଗ୍ରୀ , ଭବାନୀପାଟଣାରେ ୧୦ ଡିଗ୍ରୀ ରେର୍କଡ କରାଯାଇଛି। ବୁଧବାର ରାତିରୁ ଏହି ଥଣ୍ଡା ଅଧିକ ହେବାରେ ଲାଗିଛି। ବର୍ତମାନ ରାଜ୍ୟକୁ ଉତର-ପଶ୍ଚିମ ତଥା ଉତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଏହାର ପ୍ରଭାବରେ ରାତି ତାପମାତ୍ରା ତଳକୁ ଖସୁଛି। ତେବେ ଥଣ୍ଡା ଆହୁରି ବଢିବ । ଏହି ଥଣ୍ଡା ବାୟୁ ପ୍ରବାହ ଆଗକୁ ଆହୁରି ଶକ୍ତିଶାଳୀ ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।