ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ରାଜ୍ୟରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଅବଧି ବଢ଼ିଛି। ଆସନ୍ତା ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟ ବୃଦ୍ଧି କରିଛନ୍ତି । ଓଡ଼ିଶା ଘରୋଇ ବୈଷୟିକ ମହାବିଦ୍ୟାଳୟ ସଂଘ ତରଫରୁ ଖାଲି ପଡ଼ିଥିବା ଇଞ୍ଜିନିୟରିଂ ସିଟରେ ନାମ ଲେଖାଇବା ସମୟସୀମା ବୃଦ୍ଧି ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ ଆବେଦନକୁ ବିଚାର କରି ବିଚାରପତି ଏଲ ନାଗେଶ୍ଵର ରାଓଙ୍କ ଅଧ୍ୟକ୍ଷତାରେ ବିଚାରପତି ବି ଆର ଗଭାଇ ଓ ବିଚାରପତି ବି ଭି ନାଗରତ୍ନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି । ମାମଲାର ଶୁଣାଣି ବେଳେ ସଂଘ ତରଫରୁ ବରିଷ୍ଠ ଓକିଲ ସିଦ୍ଧାର୍ଥ ଡାଭେ ଖଣ୍ଡପୀଠଙ୍କୁ ଜଣାଇଥିଲେ କି ଯେ କରୋନା ମହାମାରୀ କାରଣରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇପାରିନଥିଲେ । ଫଳରେ ଘରୋଇ ବୈଷୟିକ ମହାବିଦ୍ୟାଳୟଗୁଡ଼ିକରେ ବହୁ ସଂଖ୍ୟାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ବର୍ତ୍ତମାନ ସିଟ୍ ଖାଲି ପଡ଼ିଛି । ତେବେ ନାମ ଲେଖା ବୃଦ୍ଧିକୁ ନେଇ ଓଡ଼ିଶା ସରକାରଙ୍କ କୌଣସି ଆପତ୍ତି ଜଣାଇନାହାନ୍ତି । ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ନାମଲେଖା ଅବଧୂ ନଭେମ୍ବର ୩୦କୁ ବୃଦ୍ଧି କରିଥିବାରୁ ପୁଣି ଥରେ ଆଉ ମାସେ ପାଇଁ ସମୟସୀମା ବଢ଼ାଇବାକୁ ନିବେଦନ କରିଥିଲେ ।