ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବିଜୁ ଯୁବ ଓ ଛାତ୍ର ସଂଗଠନ କୁ କିଭଳି ସୁଦୃଢ଼, ଶକ୍ତିଶାଳୀ କରାଯିବ ଓ ସମସ୍ତଙ୍କୁ ନେତୃତ୍ଵ ନେବା ଶୈଳୀ, ସଙ୍ଗଠନ କିପରି ଆଗକୁ ଯିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଲୋକଙ୍କ ପାଖକୁ ଶତ ପ୍ରତିଶତ ପହଞ୍ଚିପାରିବ ସେଥିପାଇଁ ଭୁବନେଶ୍ବରସ୍ଥିତ ବରମୁଣ୍ଡା ପଡିଆ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ନେତୃତ୍ବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଏହି ନେତୃତ୍ବ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ଯୁବ ଛାତ୍ର ମାନଙ୍କୁ ଦିଗଦର୍ଶନ, ମାର୍ଗଦର୍ଶନ ଦେବା ସହ ଗୁରୁମନ୍ତ୍ର ଦେଇ ଉତ୍ସାହିତ କରିବାସହ ଭୁବନେଶ୍ବର ଅନେକ ଯୁବ ଓ ଛାତ୍ର କର୍ମୀ ମାନଙ୍କୁ ଶପଥ ପାଠ କରାଇଥିଲେ ।
ମୁଖ୍ୟତଃ କେନ୍ଦ୍ରୀୟ ଅବହେଳା , ଦୁର୍ନୀତି ବିରୋଧରେ କିପରି ଯୁବକମାନେ ଲଢ଼େଇ କରିବେ ଏବଂ ସରକାରଙ୍କ କାର୍ଯ୍ୟକ୍ରମ ମାନଙ୍କପାଇଁ ଅପପ୍ରଚାର କରୁଥିବା ଲୋକଙ୍କୁ ଉଚିତ ଜବାବ ଦେବା ତାସହିତ ଓଡିଶାବାସୀ ତଥା ନିଜ ନିଜ ଅଂଚଳ ମାନଙ୍କରେ ସରକାରଙ୍କ ସମସ୍ତ ଯୋଜନା ମାନ ପହଂଚିପାରିବ ତାହା ପ୍ରତି ଦୃଷ୍ଟି ଦେବା ପାଇଁ ଯୁବ ଓ ଛାତ୍ର ମାନଙ୍କୁ କହିଥିଲେ। ସେହିପରି ନେତୃତ୍ବ ସମ୍ମିଳନୀ ଜରିଆରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଛାତ୍ର ଓ ଯୁବକ ମାନଙ୍କ ଦ୍ଵାରା ବିଜେଡି ସଙ୍ଗଠନ ଆହୁରି ମଜବୁତ୍ ହେବ ସେଥିପାଇଁ ବରିଷ୍ଟ ନେତା ମାନେ ଗୁରୁମନ୍ତ୍ର ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ବିଜେଡି ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ, ବରିଷ୍ଠ ନେତା ଅରୂପ ପଟ୍ଟନାୟକ, ବିଧାୟକ ଅନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ସମେତ ଅନେକ ଯୁବ ଛାତ୍ର ନେତା ଉପସ୍ଥିତ ଥିଲେ।(ରିର୍ପୋଟ:ଆଶିଷ କୁମାର ରାଉତ)