ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଧାରାବାହିକ “ବାବା ତମେ କେମିତି ଅଛ”ର ଅପୂର୍ବ ସଫଳତା ପରେ ସାଇ୭ଟିଭିର ୨ୟ ଧାରାବାହିକ “ଶୁଣ ସାଇକଥା ଅମୃତ”ର ଭଜନ ଗୀତଟିକୁ ନିସ୍ କଲେଜ୍ ପରିସରରେ ଥିବା ସାଇବାବଙ୍କ ମନ୍ଦିରରେ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ କରାଯାଇଅଛି। ଏଥିରେ ନିସ୍ କଲେଜ୍ ର ପ୍ରତିଷ୍ଠାତା ତଥା ସାଇବାବାଙ୍କ ଭକ୍ତ ଡ଼ ସୁବାଷ କୁମାର ନାଏକ, ଶ୍ରୀଯୁକ୍ତ ପବିତ୍ର ମୋହନ ସାମଲ ଏବଂ ସାଇ ଆଶ୍ରିତ ଶ୍ରୀଯୁକ୍ତ ତନ୍ମୟ କୁମାର ସ୍ବାଇଁ, ସାଇ ଆଶ୍ରିତ ଲୋକେଶ କୁମାର ଓଝା ତଥା ମାସିକ ପତ୍ରିକା ସାଇକଥା ଅମୃତ ର ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଜେନା ଉପସ୍ଥିତ ହୋଇ ଅତିଥି ମାନଙ୍କ ଗହଣରେ ଶେଷରେ ବାବାଙ୍କ ଚରଣରେ ଏହି ନୂତନ ଭଜନଟିକୁ ସମର୍ପଣ କରିଥିଲେ। ଏବଂ ଏଥିରେ କଣ୍ଠଦାନ କରିଛନ୍ତି ଓଡିଶାର ଘରେ ଘରେ ପରିଚିତ କୁମାର ବାପି ଏବଂ ସଂଗୀତ ରେ ସୂର ସଜାଇଛନ୍ତି ଓଡିଶାର ଜଣାଶୁଣା ନିର୍ଦ୍ଦେଶକ ସୁରେଶ ପଣ୍ଡା। ଏହି ଗୀତଟିକୁ ରଚନା କରିଛନ୍ତି ସାଇ୭ଟିଭିର ପ୍ରତିଷ୍ଠାତା ଜିତୁ ଜେନା। ଏହି ସୁନ୍ଦର ଧାରାବାହିକର ପରିକଳ୍ପନା କରିଛନ୍ତି ପ୍ରଯୋଜିକା ଜୟନ୍ତୀ ଜେନା। ତେବେ ଗତକାଲିର ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବହୁ ସାଇବାବା ଭକ୍ତମାନେ ଯୋଗଦେଇଥିଲେ।