ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟକୁ ମିଳିଲା ତାର ନୂଆ ଡିଜିପି। ବରିଷ୍ଠ ଆପିଏସ ସୁନିଲ ବଂଶଲ ହେଲେ ଓଡିଶାର ନୁଆ ଡିଜିପି। ସୂଚନାଅନୁଯାୟୀ ଡିସେମ୍ବର ମାସରେ ଅଭୟଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏଥିପାଇଁ ନୁଆ ଡିଜିପି କିଏ ହେବ ଏହି ବିଷୟରେ ବହୁ ଚର୍ଚ୍ଚା ଚାଲିଥିଲା ବେଳେ ସବୁ ଆଲୋଚନାରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି। ତେବେ ଏହିପାଇଁ ରାଜ୍ୟ ସରକାରଙ୍କ ପାଖକୁ ୩ଟି ନାମ ଆସିଥିଲା। ଯେଉଁଥିରେ ତିନି ଆଇପିଏସ୍ ସୁନିଲ ବଂଶଲ, ମନୋଜ ଛାବ୍ରା ଏବଂ ପ୍ରଦୀପ କପୁର ଥିଲ। ଏମାନଙ୍କ ମଧ୍ୟରେ ରାଜ୍ୟ ସରକାର ସୁନିଲ ବଂଶଲଙ୍କ ନାମରେ ମୋହର ଲଗାଇଛନ୍ତି।
ସୂଚନାଅନୁସାରେ ଆଇପିଏସ ସୁନିଲ ବଂଶଲ ୧୯୮୭ ବ୍ୟାଚର ଅଟନ୍ତି। ତେବେ ନୂଆ ବର୍ଷରୁ ଆରମ୍ଭ କରି ୨୦୨୨ ଜୁନ ଯାଏଁ ଏହି ଦାଇତ୍ବ ତୁଲାଇବେ ସୁନିଲ ବଂଶଲ। ସେ ଦୀର୍ଘ ୧୬ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ରହି ଆସୁଛନ୍ତି ସୁନିଲ ବଂଶଲ।