ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ମାର୍ଗଶିର ଶୁକ୍ଳ ଦ୍ଵାଦଶୀ ତିଥିରେ ବୁଧବାର ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୪ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ଦ୍ଵିତୀୟ ଭୋଗମଣ୍ଡପ ପରେ ଭିତରୁ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ଶ୍ରୀଜୀଉଙ୍କ ବନକଲାଗି ( ଶ୍ରୀମୁଖ ସିଂହାର ) ପାଇଁ ଦତ୍ତମହାପାତ୍ର ସେବକ ବିଭିନ୍ନ ପ୍ରାକୃତିକ ରଙ୍ଗସହ ଭିତରେ ପ୍ରବେଶ କରିବେ । ବନକଲାଗି ଶେଷହେବା ପରେ ମହା ସ୍ନାନ କରାଯିବ । ସନ୍ଧ୍ୟା ଆଳତି , ସନ୍ଧ୍ୟାଧୂପ , ବେଶ , ଟୋପରଲାଗି , ବଡ଼ସିଂହାର ବେଶ , ବଡ଼ସିଂହାର ଭୋଗ ଏବଂ ରାତ୍ରପହୁଡ ଅନୁଷ୍ଠିତ ହେବ ।