ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଜି ବିଏସକେଓ୍ବାଇ ସ୍ମାର୍ଟ ସେବାରେ ଯୋଡି ହେବାକୁ ଯାଉଛି କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲା। ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସ୍ମାର୍ଟ କାର୍ଡ।ତେବେ ଆଜି ଦିନ ୧୧.୩୦ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ତା କରାଯାଇଛି।
ମିଳିଥିବା ସୂଚନାଅନୁସାରେ କେନ୍ଦ୍ରାପଡା ରେ ଦିନ ୧୧.୩୦ ସେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ। ଜିଲ୍ଲାର ଟାଉନ ହଲ ଠାରେ ଏହି ଜିଲ୍ଲାସ୍ତରୀୟ ସଭାର ଆୟୋଜନ କରାଯାଇଛି। ସବୁ ବ୍ଲକରୁ ଏହାର ସିଧାପ୍ରସାରଣ ହେବାର ଯୋଜନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଧାୟକ,ସାଂସଦ,ମନ୍ତ୍ରୀ ଏବଂ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିବେ। କେନ୍ଦ୍ରାପଡା ଜିଲ୍ଲାରେ ମୋଟ ୩ଲକ୍ଷ୧୫ହଜାର୩୦୨ ପରିବାର ର ୧୧ଲକ୍ଷ ୭୫ ହଜାର୬୧୬ ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ। ଏହାସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ମୋଟ ୪୮ଟି ପ୍ରକଳ୍ପର ଉଦଘାଟନ କରିବାକୁ ଥିବା ବେଳେ ୧୦୪ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିବେ।
ସେହିପରି ଯାଜପୁର ଜିଲ୍ଲାରେ ସନ୍ଧ୍ୟା ୫ଟା ସମୟରେ ଭର୍ଚୁଆଲ ମୋଡରେ ଯୋଡି ହେବେ ମୁଖ୍ୟମନ୍ତ୍ରୀ। ତେବେ ଏହା ପାଇଁ ଯାଜପୁର ଜିଲ୍ଲା କଲେଜ ପଡିଆରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ତେବେ ଆଜିର ଏହି ଯାଜପୁର କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହାସହ ଅନେକ ପ୍ରକଳ୍ପର ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ ଓ ଉଦଘାଟନ କରିବେ। ଆଜିର ସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉପସ୍ଥିତ ରହିବା ସହ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଏହାସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।