ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଟୀକା ଦେବ ଓମିକ୍ରୋନରୁ ସୁରକ୍ଷା । ତେଣୁ ଯଥାଶୀଘ୍ର ସମସ୍ତେ ଟୀକା ନେବାକୁ ଅନୁରୋଧ କଲା ସ୍ବାସ୍ଥ୍ୟ ବିଭାଗ । ୧୦୦ ପ୍ରତିଶତ ନହେଲେ ବି ଟୀକା କ୍ରସ ପ୍ରୋଟେକ୍ସନ ଦେବ । ଟୀକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ ହେବା ଏବଂ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା କମ ରହିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଲୋକଙ୍କୁ ଟୀକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀ ଅନୁରୋଧ କରିଛି ସ୍ବାସ୍ଥ୍ୟ ବିଭାଗ । ଅନ୍ୟ ରାଜ୍ୟରେ ଓମିକ୍ରନ ଚିହ୍ନଟ ହେବା ସହ ସଂକ୍ରମଣ ସଂଖ୍ୟ ଧୀରେ ଧୀରେ ବଢିବାରେ ଲାଗିଛି। ତେଣୁ ଯଥାଶୀଘ୍ର ଟୀକା ନେବାକୁ ପଡ଼ିବ । ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଅଛି । ସେମାନେ ଅନୁଧ୍ୟାନ କରୁଛନ୍ତି କେଉଁ ବ୍ଲକରେ ଲୋକ ଟୀକା ନେଇନାହାନ୍ତି । ସିଡିଏମଓ ମାନଙ୍କୁ ମଧ୍ୟ ଗାଁ ଗୁଡ଼ିକରେ ଟୀକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଗାଁରେ କିଛି ଲୋକ ଟୀକା ନେଇ ନାହାନ୍ତି । ତାହେଲେ ସେମାନେ ସଂକ୍ରମିତ ହେବେ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଂକ୍ରମିତ କରିବେ । ବର୍ତ୍ତମାନ ସୁଦ୍ଧା ୪ କୋଟି ୬୨ଲକ୍ଷ ଡୋଜ୍ ଦିଆ ସାରିଲାଣି । ପ୍ରାୟ ୪୦ ଲକ୍ଷ ଲୋକ ଏବେ ପର୍ଯ୍ୟନ୍ତ ଟିକା ନେଇନାହାନ୍ତି ତେଣୁ ତାହା ପ୍ରତି ଧ୍ୟାନ ନେବା ଆବଶ୍ୟକ ବୋଲି ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। (ରିର୍ପୋଟ:ଆଶିଷ କୁମାର ରାଉତ)