ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ:ଲକ୍ଷ୍ମୀପୁର ଖେରୀ ଘଟଣାର ଦୁଇମାସ ଯାଞ୍ଚ ପରେ ୟୁପି ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) କୋର୍ଟରେ ଦାଖଲ କରିଛନ୍ତି ଯେ ଏଥିରେ ୪ଜଣ କୃଷକ ଏବଂ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଏବଂ ଅନ୍ୟ ୧୨ଜଣ ଅଛନ୍ତି ଅଭିଯୁକ୍ତ,ତାହା ଏକ “ଯୋଜନାବଦ୍ଧ ଷଡଯନ୍ତ୍ର”ଅଟେ।

ସୋମବାର ସ୍ଥାନୀୟ ଅଦାଲତରେ ଏକ ଆବେଦନପତ୍ରରେ ଅବହେଳା କିମ୍ବା କଳହ ଯୋଗୁଁ ଏହି ଘଟଣା ଘଟିଥିବା SIT ଅସ୍ୱୀକାର କରିଛି ଏବଂ ହତ୍ୟା ଉଦ୍ଦେଶ୍ୟରେ ଏହି କାର୍ଯ୍ୟ ସୁଚିନ୍ତିତ ବୋଲି କହିଛି। ଏହାସହ ଲକ୍ଷ୍ମୀପୁର ଖେରୀ ଜେଲରେ ଥିବା ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ତଥା ଅନ୍ୟାନ୍ୟ ମାମଲା ରୁଜୁ କରିବାକୁ ମଧ୍ୟ ଚେଷ୍ଟା କରାଯାଇଛି। SIT ର ଆବେଦନ ଉପରେ କୋର୍ଟ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି। ଯାଦବ କହିଛନ୍ତି ଯେ, ଧାରା ୩୪ର ଆବେଦନ ଉପରେ ପ୍ରତିରକ୍ଷା ଓକିଲ ଆପତ୍ତି ଉଠାଇଛନ୍ତି।