ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଜି ବିଏସକେଓ୍ବାଇ ସ୍ମାର୍ଟ ସେବାରେ ଯୋଡି ହେବାକୁ ଯାଉଛି ନୟାଗଡ ଓ ଜଗତସିଂପୁର। ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସ୍ମାର୍ଟ କାର୍ଡ।ତେବେ ଆଜି ଦିନ ୧୧.୩୦ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ତା କରାଯାଇଛି।
ମିଳିଥିବା ସୂଚନାଅନୁସାରେ ପିଟିଏସ୍ ପଡିଆରେ ଜିଲ୍ଲାସ୍ତରୀୟ ସଭାର ଆୟୋଜନ କରାଯାଇଛି। ସବୁ ବ୍ଲକରୁ ଏହାର ସିଧାପ୍ରସାରଣ ହେବାର ଯୋଜନା କରାଯାଇଛି। ନୟାଗଡ ସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉପସ୍ଥିତ ରହିବା ସହ କୃଷି ମନ୍ତ୍ରୀ ଅରୁଣ ସାହୁ ,ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଏହାସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।
ସେହିପରି ଜଗତସିଂପୁର ଜିଲ୍ଲାରେ ସନ୍ଧ୍ୟା ୫ଟା ସମୟରେ ଭର୍ଚୁଆଲ ମୋଡରେ ଯୋଗଡି ହେବେ ମୁଖ୍ୟମନ୍ତ୍ରୀ। ଜିଲ୍ଲାରେ ୮ଲକ୍ଷ ୭୭ହଜାର୬୦ ଜଣ ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ। ଏହି ଯୋଜନାରେ ମୋଟ ୨ଲକ୍ଷ୩୮ହଜାର ପରିବାର ଉପକୃତ ହେବେ ବୋଲି ଜଣାପଡିଛି। ଏହାସହ ଅନେକ ପ୍ରକଳ୍ପର ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ ଓ ଉଦଘାଟନ କରିବେ। ତେବେ ଏହି କାର୍ଯ୍ୟକ୍ରମରେ ସମସ୍ତ ବିଧାୟକ,ସାଂସଦ,ମନ୍ତ ଏବଂ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିବେ।