ସନଷ୍ଟାର ଟିଭି ବ୍ୟୁରୋ
ଉଦଳା : ରାଜ୍ୟକୁ ଘାରିଲାଣି କରୋନାର ଭୟ। କିଛି ଦିନ ହେବ ପୁଣି ଫେରିଛି କୋଭିଡ । ଶିକ୍ଷାନୁଷ୍ଠାନରେ ପଶିଛି କରୋନା । ଏକାଥରେ ଗୋଟିଏ ବିଦ୍ୟାଳୟର ୪୦ ରୁ ଉର୍ଦ୍ଧ୍ୱ ଛାତ୍ରୀ କୋଭିଡ୍ ରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହି ଘଟଣା ଟି ଘଟିଛି କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ । ଏକ ଶହରୁ ଉର୍ଦ୍ଧ୍ୱ ବାଳିକା ପଢୁଥିବା ଏହି ବିଦ୍ୟାଳୟରେ ୮୦ ରୁ ଉର୍ଦ୍ଧ୍ୱ ଛାତ୍ରୀଙ୍କ ଆଂଟିଜେନ୍ ଟେଷ୍ଟ କରାଯାଇଥିଲା । ତାହାମଧ୍ୟରୁ ୪୦ ରୁ ଉର୍ଦ୍ଧ୍ୱ ବାଳିକାଙ୍କ କୋଭିଡ୍ ପଜିଟିଭ୍ ଆସିଛି । ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ । ଏହି ଘଟଣା ଜଣାପଡିବା ପରେ କପ୍ତିପଦାରୁ ମେଡିକାଲ ଟିମ୍ ବିଦ୍ୟାଳୟରେ ପହଂଚି ବିଦ୍ୟାଳୟରେ ଥିବା ଅନ୍ୟ ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନମୁନା ସଂଗ୍ରହ କରାଯାଇଛି। ଏହା ସହିତ ଆଂଟିଜେନରେ ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯିବା ନିମନ୍ତେ ନମୁନା ସଂଗ୍ରହ କରାଯାଇଛି । ଏହା ବ୍ୟତୀତ କରୋନା ପଜିଟିଭ୍ ଚିହ୍ନଟ ହୋଇ ନ ଥିବା ଛାତ୍ରୀମାନଙ୍କୁ ଅନ୍ୟ ସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି ।
( ଆଲୋକ କୁମାର ବେହେରା)