ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ନୂଆବର୍ଷରେ ମିଳିବନି ଜଗା ଦର୍ଶନ। ସାଧାରଣ ଭକ୍ତଙ୍କୁ ଜଗାଦର୍ଶନ ପାଇଁ ଅନୁମତି ମିଳିବ ନାହିଁ । ଅର୍ଥାତ ନୂଆବର୍ଷ ଉପଲକ୍ଷେ ସାଧାରଣ ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ ରହିବ । ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ବୈଠକରେ ଏଭଳି ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ , ଆଗାମୀ ୩୧ ତାରିଖ ଓ ୨୦୨୨ ଜାନୁଆରି ୧ରେ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦରହିବ । ଏହାପରେ ୨ ତାରିଖ ରବିବାର ଥିବାରୁ କୋଭିଡ ନିୟମ ଅନୁସାରେ ବନ୍ଦ ରହିବ ଦର୍ଶନ । କେବଳ ସେବାୟତମାନଙ୍କ ଦ୍ଵାରା ନୀତିକାନ୍ତି ସମ୍ପନ୍ନ କରାଯିବ । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ବୈଠକରେ ପହିଲି ଭୋଗ , ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି ।