ସନଷ୍ଟାର ଟିଭି ବ୍ୟୁରୋ
ଜଳେଶ୍ଵର: ସାଧାରଣ ଲୋକଟିଏ ଆଜି ନିଜକୁ ସୁରକ୍ଷିତ ମନେ କରିପାରୁନାହିଁ କାରଣ ଦିନକୁ ଦିନ ମଦ ବିକ୍ରିର ପାଦ୍ରୁଭାବ ସର୍ବସାଧାରଣ ସ୍ଥାନରେ ବଢ଼ିଚାଲିଛି। ଏଵଂ ଗ୍ରାମାଞ୍ଚଳର ସାପ୍ତାହିକ ହାଟ ମାନଙ୍କରେ ଦେଶୀ ମଦର ଅବାଧ ବିକ୍ରୀ ହେବାରେ ଲାଗିଛି। ଯେଉଁଥି ପାଇଁ ମଦୁଆ ମାନଙ୍କର ସଂଖ୍ୟା ବଢିବାରେ ଲାଗିଛି। ଯାହାଫଳରେ ମଦୁଆ ମାନେ ଅସାମାଜିକ କାଣ୍ଡ କରୁଛନ୍ତି। ଯାହାଫଳରେ ସାଧାରଣ ଲୋକଟିଏ ପିଲା ଛୁଆ ମାନଙ୍କୁ ସାଙ୍ଗରେ ନେଇକି ଯିବାକୁ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି। ଏଠାରେ ପୋଲିସ୍ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି। ସବୁ ଜାଣି ଶୁଣି ଚୁପ୍ ଚାପ ରହୁଛି ପୋଲିସ। ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଅନ୍ତର୍ଗତ ବରଡିହା ପଂଚାୟତ ର ଲୁହାପଡ଼ା ହାଟ ଠାରେ। ମଦପିଇ ଧାରୁଆ ଅସ୍ତ୍ରରେ ବିମଳ ଜେନା ନାମକ ଏକ ବ୍ୟକ୍ତି କୁ କେନ୍ଦୁଖୁଣ୍ଟା ର ଏକ ବ୍ୟକ୍ତି ବିନା କାରଣରେ ହାଣିବା ପାଇଁ ଗୋଡାଇ ଥିଲେ। ସେହି ସମୟରେ ସ୍ଥାନୀୟଲୋକଙ୍କ ସହାୟତ ରେ ଉକ୍ତ ଯୁବକଙ୍କୁ କାବୁ କରାଯାଇଥିଲା। ଏଵଂ ସ୍ଥାନୀୟ ଲୋକ ଫାଣ୍ଡିଙ୍କୁ ଫୋନ କଲା ବେଳକୁ ଫାଣ୍ଡି ଅଧିକାରୀ କହିଲେ ଫାଣ୍ଡିରେ ଷ୍ଟାଫ ନାହାଁନ୍ତି। ତେଣୁ ଫାଣ୍ଡି ଅଧିକାରୀ ଙ୍କର ଏପରି ମନ୍ତବ୍ୟ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି। କିଏ ଆମକୁ ଆଉ କିପରି ସୁରକ୍ଷା ଦେବ ତାହା ସାଧରଣରେ ଚର୍ଚ୍ଚା ଜୋର ଧରିଛି।(ରିର୍ପୋଟ: ଆଲୋକ ଚନ୍ଦ୍ର ଘଡେଇ)