ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଆଉ ଚାରିମାସ ମିଳିବ ମାଗଣା ଚାଉଳ। ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କ ପାଇଁ ଖୁସିର ଖବର। ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ଚାଉଳ। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହାଦ୍ବାରା ରାଜ୍ୟ ସରକାର ୬୮.୧୩ କୋଟି ରୁ ଅଧିକ ବ୍ୟୟ କରାଯିବ । ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ମୁଣ୍ଡ ପିଛା ଅତିରିକ୍ତ ୫ କେଜି ଚାଉଳ ଯୋଗାଇ ଦିଆଯିବ। କୋଭିଡ ସ୍ଥିତି କୁ ଆଖିରେ ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ଦ୍ବାରା ରାଜ୍ୟର ମୋଟ ୨ଲକ୍ଷ ୮୮ ହଜାର ୫୨୮ ପରିବାର ୯ଲକ୍ଷ୧୫ହଜାର୫୩୨ ଜଣ ଉପକୃତ ହେବେ।୪ମାସରେ ରାଜ୍ୟ କୋଟାରୁ ମୋଟ ୧୮,୩୧୦.୬୪୦ ଟନ ଚାଉଳ ଯୋଗାଣ ପାଇଁ ରାଜ୍ୟ ସରାକାର ନିଜସ୍ବ ପାଣ୍ଠିରୁ ଖର୍ଚ୍ଚ କରିବେ।