ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଚଳିତ ବିଧାସଭାରେ ୯ ଦିନ ଧରି ଅସ୍ବାଭାବିକ ଭାବେ ଚାଲିବା ପରେ ହଠାତ ଗୃହଙ୍କୁ ବନ୍ଦ କରିବା ଓ ରାଜ୍ୟବାସୀଙ୍କ ସ୍ଵାର୍ଥସମ୍ବଳିତ ବିଷୟ ଓ ମୌଳିକ ଦାବୀକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ନ ଦେବା ବିଷୟରେ ବିଜେପି କ୍ଷୋଭ ପ୍ରକାଶ କରିଛି । ମାନ୍ୟବର ବାଚସ୍ପତି ଷୋଡଶ ବିଧାନସଭାର ସମସ୍ତ ଆଠଟି ଅଧିବେଶନକୁ ସ୍ଥିରୀକୃତ ଧାର୍ଯ୍ୟ ଦିବସ ପୂର୍ବରୁ ଅଗଣତାନ୍ତ୍ରୀକ ଓ ଅସମ୍ବିଧାନିକ ଭାବରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳକୁ ବନ୍ଦ କରୁଥିବା ଉପରେ ଅଭିଯୋଗ ପତ୍ର ରାଜ୍ୟପାଳ ଦେଇଛନ୍ତି ।
ତିନିବର୍ଷ ହେଲା ଗୃହ ଚାଲୁ ନାହିଁ, ଦୁଇ ବର୍ଷ ହେଲା ଗୃହର ନେତା ଗୃହକୁ ଆସୁନାହାନ୍ତି । ସେ ସ୍ମାର୍ଟ କାର୍ଡ, ହକି ମ୍ୟାଚ ଯାଉଛନ୍ତି କିନ୍ତୁ ଗୃହକୁ ଆସିନାହାନ୍ତି । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡେଇ ରଖୁଛନ୍ତି ।
ଆଜି ଆମେ ପୁରୀ ଯିବୁ ଏବଂ ଜଗନ୍ନାଥଙ୍କ ପାଖରେ ଅଧିଆ ପଡ଼ିବୁ ବୋଲି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି। ରାଜ୍ୟକୁ ରକ୍ଷା କର ମହାପ୍ରଭୁ, ମୁଖ୍ୟମନ୍ତ୍ରୀଙ୍କୁ ସଦବୁଦ୍ଧି ଦିଅ… ସାଢେ ଚାରି କୋଟି ଓଡ଼ିଆଙ୍କୁ ସୁରକ୍ଷା ଦିଅ ..ବିଶେଷ କରି ମା’ମାନଙ୍କୁ ସୁରକ୍ଷା ଦିଅ ବୋଲି ଗୁହାରି କରିବୁ ବୋଲି କହିଛନ୍ତି। ଏବେ ଜଗନ୍ନାଥ ଛଡା ଆଉ କେହି ନାହାନ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି। (ରିର୍ପୋଟ:ଆଶିଷ କୁମାର ରାଉତ)