ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ସିଡିଏସ ବିପିନ ରାଵତ , ତାଙ୍କ ପତ୍ନୀ ଓ ଅନ୍ୟ ସେନାଅଧିକାରୀ ଙ୍କ ମୃତ୍ୟୁ କୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅମର ଆତ୍ମା ର ସଦ୍ଗତି ନିମନ୍ତେ ବିଭିନ୍ନ ମହଲରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ସେପଟେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଦେଶର ଏହି ବୀର ଙ୍କୁ । ପୁରୀ ବେଳାଭୂମିରେ ଏ ନେଇ ସେ ଏକ ବାଲୁକା ଚିତ୍ରକଳା କରିଛନ୍ତି ସୁଦର୍ଶନ। ସିଡିଏସ ବିପିନ ରାଵତ ଙ୍କ ପ୍ରତିକୃତି କୁ ସ୍ଥାନ ଦିଆଯାଇଛି ଏହି ବାଲୁକା ଚିତ୍ରକଳା ରେ ।(ରିର୍ପୋଟ:ଶଙ୍କର ସରକାର)