ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ସୁନ୍ଦରଗଡ ତଳସରାର ପୂର୍ବତନ ବିଧାୟକ ବିଜେଡିରେ ମିଶିଛନ୍ତି। କଂଗ୍ରେସର ଟାଣୁଆ ସହ ଆଗଧାଡିର ଆଦିବାସୀ ନେତା ଥିଲେ ପ୍ରଫୁଲ୍ଲ ମାଝୀ । ତେବେ ସେ ୬ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ ତଳସରା ବିଧାନସଭା ନିର୍ବାଚନମଣ୍ଡଳୀରରୁ ଥରେ ନୁହେଁ ବରଂ ତିନି ତିନି ଥର ବିଧାୟକ ହୋଇଥିଲେ । ତେବେ ପ୍ରଫୁଲ୍ଲ ମାଝି କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ଯାହାକି ବର୍ତ୍ତମାନ ସ୍ପଷ୍ଟ ହୋଇଛି। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ,ପ୍ରୀତିରଞ୍ଜନ ଘଢ଼େଇଙ୍କ ଉପସ୍ଥିତି ରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ତେବେ ପ୍ରଫୁଲ୍ଲ ମାଝୀ ଏହି ସମୟରେ ଦଳରେଯୋଗ ଦେବା ବିଜେଡି ପକ୍ଷରେ ଲାଭପ୍ରଦ ହେବ ବୋଲି ଆଶା କରାଯାଉଛି।