ସନଷ୍ଟାର ଟିଭି ବ୍ୟୁରୋ
ଡେଲାଙ୍ଗ:ଡେଲାଙ୍ଗ ଥାନା ଅଧୀନସ୍ଥ ମୁନିନ୍ଦା ଛକରେ ପିପିଲି ଅବକାରୀ ଉପ ନିରୀକ୍ଷକ ରଙ୍କନିଧି ମଲିକଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ସକାଳେ ବିଶେଷ ସୁତ୍ରରୁ ଖବର ପାଇ ଗୋଟେ ଟାଟା ଏସି ଗାଡିକୁ ଚଢାଉ କରିଥିଲେ । ସେଥିରେ ଥିବା ୯ବସ୍ତା ଭାଙ୍ଗ ଜବତ କରିବା ସହ ଜଣେ ଅଭିଯୁକ୍ତ ଗିରଫ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୁଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ନବ କିଶୋର କାଫ(୩୫) ଏବଂ ଘର ଖୋର୍ଦ୍ଧା ଜିଲ୍ଲା ପୋଡାଡିହ ଗ୍ରାମରେ ବୋଲି ଜଣାପଡିଛି । ଅବକାରୀ ବିଭାଗଙ୍କ ସୂଚନା ମୁତାବକ,ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ପିପିଲି ଅବକାରୀ ଉପ ନିରୀକ୍ଷକ ରଙ୍କନିଧି ମଲିକଙ୍କ ନେତୃତ୍ୱରେ ବିଶେଷ ସୁତ୍ରରୁ ଖବର ପାଇ ଡେଲାଙ୍ଗ ଥାନା ଅଧୀନ ମୁନିନ୍ଦା ଛକରେ ଏକ ଟିମ୍ ଜଗି ବସିଥିଲେ । କଣାସ ରୁ ଏକ ଧଳା ରଙ୍ଗର ଟାଟା ଏସି ଗାଡି ଆସିବା ଜାଣିବା ପରେ ମୁନିନ୍ଦା ଛକରେ ଅବକାରୀ କର୍ମଚାରୀମାନେ ହଠାତ୍ ଚଢାଉ କରିଥିଲେ । ଚଢାଉ କରି ଗାଡିର ତଲାସୀ ନେବା ବେଳେ,ତା ମଧ୍ୟରୁ ପ୍ରାୟ ୯ବସ୍ତା ଭାଙ୍ଗ ଜବତ କରାଯାଇଥିଲା । ଜବତ ଭାଙ୍ଗ ପ୍ରାୟ ୧କ୍ୱିଣ୍ଟାଲ ୫୩କିଲୋ ହୋଇଥିବା ବେଳେ,ଏହାର ମୂଲ୍ୟ ପ୍ରାୟ ୮୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଅବକାରୀ ବିଭାଗ ପକ୍ଷରୁ ଏନଡିପିଏସ ଆକ୍ଟ ଅନୁଯାୟୀ କେଶ ନଂ ୬୨/୨୧ରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।(ରିର୍ପୋଟ:ବିଶ୍ବଜିତ ପାଢ଼ୀ)