ସନଷ୍ଟାର ଟିଭି ବ୍ୟୁରୋ
କଟକ : ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମିହିର ଦାସ ଅସୁସ୍ଥ ହୋଇପଡ଼ିଛନ୍ତି । ସେ ଗତ ୭ ତାରିଖରୁ କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲାବେଳେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ସାମାନ୍ୟ ଗୁରୁତର ହୋଇଛି ବୋଲି ଜଣାପଡ଼ିଛି । ସେ ଦୀର୍ଘଦିନ ହେବ କିଡ୍ନୀ ରୋଗରେ ପୀଡ଼ିତ ଥିବାବେଳେ ନିୟମିତ ଭାବେ ତାଙ୍କର ଡାଏଲିସ୍ କରାଯାଉଥିଲା । ଗତ ମଙ୍ଗଳବାର ଅପରାହ୍ନରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏଣୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ତାଙ୍କର ଉନ୍ନତ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି ।
ସୂଚନାଅନୁସାରେ ଓଲିଉଡ୍ ରେ ମିହିର ଦାସ ଜଣେ ବରିଷ୍ଠ ତଥା ଲୋକପ୍ରିୟ ଅଭିନେତା। କେବଳ ଓଡ଼ିଆ ଚଳଚିତ୍ର ତଥା ଟିଭି ସିରିୟଲ୍ରେ ମଧ୍ୟ ମିହିରଙ୍କୁ ଦେଖିବାକୁ ମିଳେ। ରାଜ୍ୟର ବହୁ କଳାକାର ତଥା ଫ୍ୟାନ୍ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।