ସନଷ୍ଟାର ଟିଭି ବ୍ୟୁରୋ
ଡେଲାଙ୍ଗ:ଆନ୍ତର୍ଜାତୀୟ ଥାଇବକ୍ସିଂ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସ୍ଥାନୀୟ ଜଗଦଳପୁର ଗ୍ରାମର ମହିଳା କ୍ରୀଡ଼ାବିତ ସରୋଜିନୀ ସୁନ୍ଦରାୟଙ୍କୁ କଣାସରୋଡ଼ ରେଳ ଷ୍ଟେସନଠାରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ମହତାବ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ପରମାନନ୍ଦ ସାହୁ,ସୁଜନପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ବଳବନ୍ତରାୟ,ସମାଜସେବୀ ରାଜେନ୍ଦ୍ର ଦାଶ, ରମାବଲ୍ଲଭ ମଙ୍ଗରାଜ,ପ୍ରମୋଦ ପଣ୍ଡା, ବିଶ୍ଵନାଥ ପରିଡ଼ା,ଦିଲ୍ଲୀପ ଦାସ,ପୂର୍ବତନ ଛାତ୍ର ରଘୁନାଥ ମଲ୍ଲିକ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।ପରେ ଡେଲାଙ୍ଗ ହାଟ ବଜାରଠାରେ ଅବସ୍ଥାପିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଡେଲାଙ୍ଗ ଅଞ୍ଚଳ ପାଇଁ ଗର୍ଵ ଓ ଗୌରବ ଆଣିଥିବା ଏହି ଖେଳାଳିଙ୍କୁ ବଜାର ପରିକ୍ରମା କରାଯାଇଥିଲା।ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ଉତ୍ତରୋତ୍ତର ଉନ୍ନତି ଆଣିବା ପାଇଁ ଅଞ୍ଚଳବାସୀ ସୁଶ୍ରୀ ସୁନ୍ଦରାୟଙ୍କୁ ଉତ୍ସାହିତ କରିଥିଲେ।ମହତାବ ସ୍ପୋର୍ଟସ ଏକାଡେମୀର ଅଧ୍ୟକ୍ଷ ନଟବର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।(ରିର୍ପୋଟ:ବିଶ୍ବଜିତ ପାଢ଼ୀ)