ସନଷ୍ଟାର ଟିଭି ବ୍ୟୁରୋ
ଯାଜପୁର:ସମ୍ପର୍କିୟ ଭାଇ ର କଟୁରୀ ଚୋଟ ରେ ଭାଇ ମୃତ । ମୃତକ ହେଲେ ଯାଜପୁର ଟାଉନ ଥାନା ଅଂଚଳର ପ୍ରକାଶ ଦାସ । ସୁଚନା ଅନୁସାରେ ମୃତକ ସକାଳୁ ପଂଚାୟତ ସମିତି ସଭ୍ୟ ଙ୍କ ସହ କଥାବାର୍ତା କରୁଥିବା ବେଳେ ଅଭିଯୁକ୍ତ ଦେବ ପ୍ରସାଦ ମଲ୍ଲିକ ପହଚିଂ ମୃତ ପ୍ରକାଶ କୁ ପୁରୁଣା ଶତ୍ରୁତା ରୁ ହୋଇଥିବା ବଚସା ରୁ କ୍ଷମା ପ୍ରାର୍ଥନା ଆଳରେ ଲୁଚାଇ ରଖିଥିବା କଟୁରି ଦ୍ବାରା ବେକ କୁ ହାଣିଥିବା ଉପସ୍ଥିତ ଥିବା ସମିତି ସଭ୍ୟ କହିଛନ୍ତି । ସେପଟେ ପରିବାର ଓ ଗ୍ରାମବାସୀ ଗୁରୁତର ପ୍ରକାଶ ଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। କିନ୍ତୁ ସେତେ ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି। ପୁର୍ବ ଶତ୍ରୁତାର କୁ ନେଇ ଅଭିଯୁକ୍ତ ଏପରି କରିଥିବା ପରିବାର ଲୋକ କହିଛନ୍ତି । ସେପଟେ ଯାଜପୁର ପୋଲିସ ଘଟଣା ସ୍ଥଳରେ ପହଚିଂ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ଯାଞ୍ଚ କରୁଛି ।(ରିର୍ପୋଟ:ବିଭୁଦତ୍ତ ପୃଷ୍ଟି)